ମାହାଙ୍ଗା , ୨୭।୧୦ : ମାହାଙ୍ଗା ବ୍ଲକ ବରାହୀପୁର ସରପଞ୍ଚ ରଶ୍ମିତା ସ୍ୱାଇଁ ନିଲମ୍ବିତ।   ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ପଞ୍ଚାୟତିରାଜ ସଚିବ  ସରପଞ୍ଚଙ୍କୁ ନିଲମ୍ବିତ କରିଛନ୍ତି।  ବରାହୀପୁର ସରପଞ୍ଚ ରଶ୍ମିତା ସ୍ୱାଇଁ  ୨ ଲକ୍ଷ ୭ ହଜାରରୁ ଉର୍ଦ୍ଧ୍ବ  ସରକାରୀ ଟଙ୍କାକୁ ଦୁରୁପଯୋଗ କରିଥିଲେ।  ଏ ନେଇ   ୨୪ ତାରିଖରେ ପଞ୍ଚାୟତିରାଜ ସଚିବ  ନିଲମ୍ବନ କରି କଟକ ଜିଲ୍ଲାପାଳ ଏବଂ ମାହାଙ୍ଗା ବିଡ଼ିଓଙ୍କୁ ଚିଠି କରି ଅବଗତ କରାଇଛନ୍ତି l 

୨ ଲକ୍ଷ ୭ ହଜାର ୨୪୮ ଟଙ୍କା ମଧ୍ୟରୁ ୧ ଲକ୍ଷ ୩୫ ହଜାରରେ ପଞ୍ଚାୟତ ଅଫିସରେ ଦୁଇଟି ଏସି ଲଗାଯାଇଛି । ୨୦ ହଜାର ୨୪୮ ଟଙ୍କା ବିଦ୍ୟୁତ୍‌କରଣ ବାବଦକୁ ଖର୍ଚ୍ଚ କରାଯାଇଛି। ୪୮ ହଜାର ଟଙ୍କା ରାଧାଶ୍ୟାମ ବିଦ୍ୟାପୀଠର ଗୃହ ଭାଙ୍ଗିବା ବାବଦକୁ ଖର୍ଚ୍ଚ କରାଯାଇଥିବା ବେଳେ ୪ ହଜାର ଟଙ୍କା ଏସିଗୁଡ଼ିକୁ ଗାଡ଼ିରେ ଆଣିବା ପାଇଁ ଖର୍ଚ୍ଚ କରାଯାଇଛି।

ବାରାହୀପୁର ପଂଚାୟତର ଏସି କିଣା ଓ ରାଧେଶ୍ୟାମ ବିଦ୍ୟାଳୟର  ଦୁର୍ନୀତି  ହୋଇଥିବା ନେଇ ଗତ ଅଗଷ୍ଟ ମାସରେ କଟକ ଜିଲ୍ଲାପାଳଙ୍କ ପ୍ରକଳ୍ପ ନିର୍ଦେଶକ ସହିତ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲା l ଅଭିଯୋଗର ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।