ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

ପୂର୍ବପୁରୁଷଙ୍କ ପ୍ରଥାରେ ବନ୍ଧା ବର୍ତ୍ତନିଆ, ୬ ମାଣ ଧାନରେ ବର୍ଷଯାକ ସେବା

Published By : Rasmita Pradhan | July 16, 2025 1:20 PM

ନୂଆପଡ଼ା,୧୬/୦୭ : ଜେନେରେସନ-ଏକ୍ସ ବା ‘ଜେନ୍‌ଏକ୍ସ’ ଓ ଜେନ୍‌ ୱାଇ ପରେ ଏବେ ଜେନେରେସନ-ଜେଡ ବା ‘ଜେନ୍‌-ଜି’ ପିଢ଼ି ବାହାରିଲେଣି । ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ନେଇ ବଦଳୁଛି ଦୁନିଆ । ଅଥଚ ନୂଆପଡ଼ା ଜିଲ୍ଲାର ଅନେକ ସ୍ଥାନରେ ଆଜିବି ଜୀବିକାର୍ଜନ ପାଇଁ ଜାରି ରହିଛି ପାରମ୍ପରିକ ‘ବର୍ତ୍ତନିଆ’ ପ୍ରଥା । ‘ବର୍ତ୍ତନିଆ’ ଅର୍ଥାତ୍‌ ଘରୋଇ ସୂତ୍ରରେ ସ୍ୱଳ୍ପ ବେତନଭୋଗୀ ବାରିକ ବ୍ୟବସ୍ଥା । ଯେଉଁଠି ଅଳ୍ପଧାନ ବା ଖାଦ୍ୟଦ୍ରବ୍ୟ ବିନିମୟରେ ବାରିକଙ୍କୁ ବର୍ଷତମାମ ସେବା ଯୋଗାଇବାକୁ ହୁଏ । ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଆଜିବି ଏଭଳି ଅନେକ ଭଣ୍ଡାରୀ (ବାରିକ) ପରିବାର ନିଜ ପୂର୍ବପୁରୁଷଙ୍କ ପ୍ରଥା ପରମ୍ପରାରେ ବାନ୍ଧିହୋଇ ଛ' ମାଣ ଧାନ ବିନିମୟରେ ବର୍ଷଯାକର ସେବା ଯୋଗାଉଛନ୍ତି।

ନୂଆପଡ଼ା ବ୍ଲକ୍‌ ଧରମବନ୍ଧା ପଞ୍ଚାୟତ କୋଦୋପାଲି ଗାଁର ଦୁଇ ଭାଇ ଗଣେଷ ବାରିକ (୩୮ ବର୍ଷ) ଓ କେଶବ ବାରିକ (୩୫ ବର୍ଷ)ଙ୍କ କହିବା ଅନୁସାରେ, ସେମାନେ ଛୋଟଛୋଟ ଥିଲେ ବାପା ଆରପାରିକୁ ଚାଲିଗଲେ । ପରିବାର ଚଳାଇବା ପାଇଁ ସେମାନେ କୌଳିକ ବୃତ୍ତିକୁ ଆପଣେଇଲେ । ସେମାନେ ଏବେବି ଛ’ ମାଣ ଧାନ ବିନିମୟରେ ବର୍ତ୍ତନିଆ ଭାବେ ବିଭିନ୍ନ ପରିବାରକୁ ଖିଅର ସେବା ଯୋଗାଉଛନ୍ତି । ୬ଗଉଣି (ସ୍ଥାନୀୟ ହିସାବରେ ୨୪ଅଡ଼ା) ଧାନର ହାରାହାରି ଓଜନ ୨୩ରୁ ୨୪ କିଲୋଗ୍ରାମ । ଯଦି କୌଣସି ବ୍ୟକ୍ତିଙ୍କ ଚାଷଜମି ନଥାଏ, ସେମାନେ ପରିବାରପିଛା ବାର୍ଷିକ ୭୦୦ ଟଙ୍କା ଦେଇଥାଆନ୍ତି । 

ସୂଚନାଯୋଗ୍ୟ, ଗଣେଶ ଓ କେଶବ ଉଭୟେ ଜନ୍ମରୁ ଭିନ୍ନକ୍ଷମ । ୨୫ ବର୍ଷ ତଳେ ବାପା ଭକ୍ତୁରାମ ବାରିକଙ୍କର ପରଲୋକ ଘଟିଲା । ଦୁଇ ଛୋଟଛୋଟ ପିଲାଙ୍କୁ ଧରି ଗୁଜୁରାଣ ମେଣ୍ଟାଇବା ମା’ହାରା ବାରିକଙ୍କ ପାଇଁ କଷ୍ଟକର ହୋଇପଡ଼ିଲା । ଭକ୍ତୁରାମ ଗାଁରେ ଲୋକଙ୍କ କେଶଦାଢ଼ି କାଟି ବର୍ଷକୁ କିଛି ଧାନ ପାଉଥିଲେ । ତହିଁରେ ପରିବାର ଚଳୁଥିଲା । ବାପାଙ୍କ ମୃତ୍ୟୁ ପରେ ଦୁଇଭାଇ ପାଠପଢ଼ା ଛାଡ଼ି ପାରମ୍ପରିକ ପ୍ରଥା ଆଗକୁ ବଢ଼ାଇବା ପାଇଁ ବର୍ତ୍ତନିଆ ଭାବେ ଗାଁରେ କାମକଲେ । ଏବେ ଦୁଇଭାଇଙ୍କ ବିବାହ ସମୟ ଗଡ଼ି ଯାଉଥିଲେ ବି ମା’ଙ୍କ ସେବା ପାଇଁ ସେମାନେ ବିବାହ କରିନାହାନ୍ତି । ହାତରେ ଆଶାବାଡ଼ିଧରି ଗାଁ ତଥା ଆଖପାଖ ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ସେବା ଦେଉଛନ୍ତି । ପ୍ରାୟ ୩୦ ବର୍ଷ ତଳେ ଜିଲ୍ଲାର ସବୁ ଗାଁରେ ବର୍ତ୍ତନିଆ ପ୍ରଥା ପ୍ରଚଳିତ ଥିଲା । ଏବେ ଆଧୁନିକତା ସହିତ ସହରରେ ବଡ଼ବଡ଼ ସେଲୁନ, ସ୍ପା, ହେୟାର ପାର୍ଲର ଆଦି ଗଢ଼ିଉଠିଲାଣି । ଯେଉଁଠି ଅଣପେସାଦାର ଯୁବକମାନେ ମଧ୍ୟ କାମକରି ଢେର ରୋଜଗାର କରୁଛନ୍ତି । ଅଥଚ ବର୍ତ୍ତନିଆ ଜୀବନ ଆରମ୍ଭ କରିଥିବା ଅନେକ କୁଶଳୀ ବାରିକ ଏବେବି ଜୀବନ ସହ ସଂଘର୍ଷ କରୁଛନ୍ତି । 

ନୂଆପଡ଼ା ବ୍ଲକ୍‌ ଧରମବନ୍ଧା ଗାଁରେ ୪ ଜଣ ବର୍ତ୍ତନିଆ ଭଣ୍ଡାରୀ ନିୟୋଜିତ । ସେଥିରୁ ମୁଖ୍ୟବସ୍ତିରେ ରାମଜୀ ବର୍ତ୍ତନିଆ ପ୍ରାୟ ୫୦ ଘରର ଠିକା ନେଇଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଛତିଶଗଡ଼ୀ ଭାଷାଭାଷୀ ପଞ୍ଚାୟତରେ ବର୍ତ୍ତନିଆ ବ୍ୟବସ୍ଥା ପ୍ରଚଳିତ ହେଉଛି । ପ୍ରତିବର୍ଷ ମାର୍ଗଶୀର ମାସରେ ଚାଷୀ ଧାନ ଅମଳ ପରେ ଭଣ୍ଡାରୀଙ୍କୁ ବର୍ଷକର ଧାନ ଦେଇଥାନ୍ତି । ପରେ ଗାଁରେ ବୈଠକ ହୋଇ ବର୍ତ୍ତନିଆଙ୍କ ବାର୍ଷିକ ଦର ନିର୍ଦ୍ଧାରଣ ହୁଏ । ଏହି ପ୍ରଥା ପୁରୁଷାନୁକ୍ରମେ ଚାଲିଥିବାବେଳେ ବର୍ତ୍ତନିଆମାନଙ୍କ ସାମାଜିକ ଉତ୍‌ଥାନ ଓ ଅର୍ଥନୈତିକ ପ୍ରଗତି ପାଇଁ ସେମାନଙ୍କ ଯୁବପିଢ଼ିକୁ ଉପଯୁକ୍ତ ତାଲିମ ଓ ସରକାରୀ ସହାୟତା ଯୋଗାଇଦିଆଯିବା ଦରକାର । ତେବେଯାଇ ସେମାନଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.