ନୂଆଦିଲ୍ଲୀ,୧୩/୦୧: ଏଫସି ବାର୍ସେଲୋନା ଚଳିତ ବର୍ଷ ସ୍ପାନିଶ ସୁପର କପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଜେଦାହ ସ୍ଥିତ କିଙ୍ଗ ଅବଦୁଲ୍ଲା ସ୍ପୋର୍ଟ୍ସ ସିଟି ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ବାର୍ସେଲୋନା ବାଜି ମାରି ନେଇଛି । ୩-୨ ଗୋଲ୍ରେ ରିୟଲ ମାଦ୍ରିଦକୁ ହରାଇଥିଲା ଟ୍ରଫି ଉଠାଇଛି ।
ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲେ ହେଁ ଦଳର ବଲ୍ ନିୟନ୍ତ୍ରଣ ଢ଼େର ଉନ୍ନତ ରହିଥିଲା । ୩୬ତମ ମିନିଟ୍ରେ ବାର୍ସେଲୋନା ଗୋଲ ଖାତା ଖୋଲିଥିଲା । ଦଳ ପକ୍ଷରୁ ରଫିନା ଏହି ଗୋଲ୍ କରିଥିଲେ । ୪୫ତମ ମିନିଟ୍ ରହିଥିଲା ନାଟକୀୟ । ପ୍ରଥମେ ରିୟଲ ମାଦ୍ରିଦ (୪୫+୨ତମ ମିନିଟ୍) ପକ୍ଷରୁ ଭିନିସିୟସ ଜୁନିୟର ଗୋଲ୍ ପରିଶୋଧ କରିଥିଲେ । ୩ ମିନିଟ୍ (୪୫+୪ତମ ମିନିଟ୍) ମଧ୍ୟରେ ବାର୍ସେଲୋନା ପକ୍ଷରୁ ରୋବୋର୍ଟ ଲିୱାଣ୍ଡୋସ୍କି ଆଉ ଏକ ଗୋଲ୍ କରି ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ । ୨ମିନିଟ୍ (୪୫+୬ତମ ମିନିଟ୍) ମଧ୍ୟରେ ରିୟଲ ମାଦ୍ରିଦ ପକ୍ଷରୁ ଗୋଞ୍ଜାଲୋ ଗାର୍ସିଆ ଆଉ ଏକ ଗୋଲ କରି ୨-୨ରେ ସ୍ଥିତି ବରାବର କରିଥିଲେ । ଦ୍ୱିତୀୟାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା । ୭୩ତମ ମିନିଟ୍ରେ ରଫିନା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରି ବାର୍ସେଲୋନାକୁ ପୁନର୍ବାର ଅଗ୍ରଣୀ କରାଇଥିଲେ । ରିୟଲ ମାଦ୍ରିଦ ଯେତେ କଳ ବଳ କୌଶଳ ଲଗାଇଥିଲେ ବି ଆଉ ମ୍ୟାଚ୍କୁ ଫେରି ପାରିନଥିଲା । ବାର୍ସେଲୋନା ୧୬ତମ ସୁପର କପ ଟାଇଟଲ ହାସଲ କରିଥିଲା ।
🏆 SUPER CUP CHAMPIONS 🏆 pic.twitter.com/cugAio9vpb
— FC Barcelona (@FCBarcelona) January 11, 2026