ମାଲକାନଗିରି, ୨୫।୮ (ଆପ୍ର ): ମାଲକାନଗିରି ଜିଲ୍ଲାର ଦୁର୍ଗମ ଅପହଞ୍ଚ ଇଲାକାର ଉତ୍ତମ ଶିକ୍ଷକ ଭାବେ ବସନ୍ତ କୁମାର ରଣା  ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର।  

ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା । ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ   ମାନପତ୍ର ୨୦୨୫ ସେପ୍ଟେମ୍ବର ୫ ରେ  ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରହଣ କରିବେ। ଏହି ଅବସରରେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ  ଚିତ୍ତ ରଞ୍ଜନ ପାଣିଗ୍ରାହୀ ଶିକ୍ଷକ ବସନ୍ତ ରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।