ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ମଧ୍ୟରୁ ମାଆ ସରସ୍ବତୀଙ୍କୁ ଜ୍ଞାନ, ସଂଗୀତ ଓ କଳାର ଦେବୀ ବୋଲି କୁହାଯାଏ। ମାନ୍ୟତା ରହିଛି ଯେ ମାଆ ସରସ୍ବତୀଙ୍କ ଆରାଧନା କରିବା ଦ୍ବାରା  କଳା କୌଶଳ ସହିତ ବୁଦ୍ଧି ବି ପ୍ରାପ୍ତି ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ମାଆ ସରସ୍ବତୀଙ୍କ ସହିତ ଭଗବାନ ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ। ସେହିପରି ଏହି ଦିନ କିଛି ଖାସ ଉପାୟ କରିବା ଦ୍ବାରା ମାତା ସରସ୍ବତୀ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ଦେଇଥାନ୍ତି ବୋଲି ବିଶ୍ବାସ ରହିଛି।  

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ସରସ୍ବତୀ ପୂଜା ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିର ଆରମ୍ଭରେ ଅର୍ଥାତ ଫେବୃଆରୀ ୨ ତାରିଖ ସକାଳ ୯ ଟା ୧୪ ମିନିଟରେ ପାଳନ ହେବ । ସେହିପରି ଫେବୃଆରୀ ୩ ସକାଳ ୬ ଟା ୫୨ ମିନିଟରେ ଶେଷ ହେବ । ତେଣୁ ୨ ତାରିଖ ଦିନୃ ବସନ୍ତ ପଞ୍ଚମୀ ପାଳନ ହେବ । ତେବେ ବସନ୍ତ ପଞ୍ଚମୀର ଶୁଭ ମୁହୁର୍ତ୍ତରେ ପିଲାମାନଙ୍କ ଦ୍ବାରା ମାଆ ସରସ୍ବତୀଙ୍କ ପୂଜା ନିଶ୍ଚୟ କରାନ୍ତୁ। 

ପୂଜା ସମୟରେ ମାଆ ସରସ୍ବତୀଙ୍କୁ ହଳଦିଆ ରଙ୍ଗର ଫଳ, ଫୁଲ ଓ ମିଠା ଅର୍ପଣ କରନ୍ତୁ। ଏହା ବ୍ୟତୀତ ମାଆ ସରସ୍ବତୀଙ୍କୁ କେଶର ହଲ୍ଓ୍ୱା ଭୋଗ ଲଗାନ୍ତୁ । ଏହା କରିବା ଦ୍ବାରା ମାଆ ସରସ୍ବତୀ ପ୍ରସନ୍ନ ହୋଇଥାନ୍ତି । ସେହିପରି ବସନ୍ତ ପଞ୍ଚମୀ ଦିନ ଦାନ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ପିଲାମାନଙ୍କୁ ବହି,ପେନସିଲ ଆଦି ଜିନିଷ ଦାନ କରିବା ଉଚିତ୍ । କୁହାଯାଏ ଯେ ଏହାଦ୍ବାରା ବ୍ୟକ୍ତିକୁ କ୍ୟାରିଅର ଓ ବ୍ୟବସାୟରେ ସଫଳତା ମିଳିଥାଏ।