ନୂଆଦିଲ୍ଲୀ,୨।୫: ତୁର୍କୀର ପ୍ରସିଦ୍ଧ ଡ୍ରୋନ୍ କମ୍ପାନୀ Baykar ନିକଟରେ ନିଜର ନୂଆ ଏଆଇ ପାଓ୍ବାର୍ଡ କାମିକାଡି ଡ୍ରୋନ୍ MIZRAK କୁ ତିଆରି କରିଛି। ମିଜରାକର ଅର୍ଥ ତୀର କିମ୍ବା ଭାଲା। ଏହା ଏକ ଦୂରଗାମୀ ଯୁଦ୍ଧାସ୍ତ୍ର, ଯାହାକି ଲକ୍ଷ୍ୟସ୍ଥଳ ଖୋଜିବା ପାଇଁ ବାୟୁ ମଧ୍ୟରେ ଗତି କରେ। ଏହାପରେ ଆକ୍ରମଣ କରିଥାଏ। ଏହି ଡ୍ରୋନ୍ର ରେଞ୍ଜ ୧୦୦୦ କିଲୋମିଟରରୁ ଅଧିକ। ଏହା ୭ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ରହିପାରିବ। ୪୦ କିଲୋ ପର୍ଯ୍ୟନ୍ତ ଓ୍ବାରହେଡ୍ ନେଇ ପାରିବ। ଏହା SAHA 2026 ପ୍ରଦର୍ଶନୀରେ ପ୍ରଥମ ଥର ଜନତାଙ୍କ ସାମନାକୁ ଆସିବ, ଯାହାକି ୫ ରୁ ୯ ମଇ ୨୦୨୬ ପର୍ଯ୍ୟନ୍ତ ଇସ୍ତାନବୁଲ ରହିବ।

MIZRAK ଏକ ସ୍ମାର୍ଟ ଏବଂ ଅଟୋନୋମସ୍ ଡ୍ରୋନ୍ । ଏହା ଉଡାଣ ଭରିବା ସମୟରେ ୨୦୦ କିଳୋଗ୍ରାମ୍ ପର୍ଯ୍ୟନ୍ତ ହୋଇପାରେ। ଏହାର ଓ୍ବିଙ୍ଗ ୪ ମିଟର ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ। ୧୮୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡିପାରିବ। ୧୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ମଧ୍ୟ ଯାଇପାରିବ। ଏହାଦ୍ବାରା ସ୍ବାଭାବିକ୍ ରନଓ୍ବେ କିମ୍ବା ରକେଟ୍ ଆସିଷ୍ଟରୁ ବି ଲଞ୍ଚ କରାଯାଇପାରେ।

​​​​​​​

ଏହା ଦୁଇ ପ୍ରକାର ଭାରିଆଣ୍ଟରେ ଆସିଥାଏ। ଗୋଟିଏରେ ୪୦ କିଲୋଗ୍ରାମ୍ର ଡବଲ ଓ୍ବାରହେଡ୍ ରହିଥାଏ, ଯାହାକି ଭାରି କ୍ଷତି ପହଁଞ୍ଚାଇବା ପାଇଁ ରହିଥାଏ। ଅନ୍ୟପକ୍ଷେ ୨୦ କିଲୋଗ୍ରାମ୍ ଓ୍ବାରହେଡ୍ ସହିତ ରେଡିଓ ଫ୍ରିକ୍ବେଏନ୍ସି ରହିଥାଏ। ଯାହାକି ରାଡାର ଥିବା ଟାର୍ଗେଟକୁ ସହଜରେ ଖୋଜି ନେଇଥାଏ। ଏଥିରେ Baykar ର ଇଓ/ଆଇଆର କ୍ୟାମେରା ଲଗାଯାଇଥାଏ, ଯାହାକି ପର୍ଯ୍ୟବେକ୍ଷଣ ଏବଂ ଲକ୍ଷ୍ୟ ଚିହ୍ନଟରେ ସାହାଯ୍ୟ କରେ। ଏହି ଡ୍ରୋନ୍ କେବଳ ଉଡିକି ଆକ୍ରମଣ କରେ ତାହା ନୁହେଁ ବରଂ, ଏହା ବାୟୁରେ ଉଡ଼ି ରହିଥାଏ ଏବଂ ସଠିକ୍ ସୁଯୋଗକୁ ଅପେକ୍ଷା କରିଥାଏ। ଏହାକୁ ଅନ୍ୟ Baykar ଡ୍ରୋନ୍ ଡ୍ରୋନ୍ ଭଳି TB2, TB3 ଓ AKINCI ସହ ଯୋଡି ହେବ। ଏଥିରେ ଏକାଠି ହୋଇ ଆକ୍ରମଣ କରିବା ସମ୍ଭବ ହୋଇଯିବ।

ଆର୍ମ ଡ୍ରୋନ୍ସ ଜିପିଏସ୍ ଉପରେ ନିର୍ଭର କରିଥାଏ, କିନ୍ତୁ ଶତ୍ରୁ ଜିପିଏସ୍ ସିଗନାଲ ଜାମ୍ କରିଦେଇଥାଏ। ତେଣୁ ଏହା ବେକାର ହୋଇଯାଇଥାଏ। MIZRAK ଏହି ସମସ୍ୟାର ସମାଧାନ କରିଥାଏ। ଏଥିରେ ଏଆଇ-ପାଓ୍ବାର୍ଡ ଅଟୋପାଇଲଟ୍ ସିଷ୍ଟମ ରହିଛି, ଯାହାକି ଜିପିଏସ୍ ବିନା କାମ କରିଥାଏ। ଏଥିରେ ଅପ୍ଟିକାଲ ଗାଇଡେନ୍ସ ଓ ଭିଜୁଆଲ ପୋଜିସନିଂ ଟେକ୍ନୋ ଲାଗିଥାଏ।

ଯେଉଁମାନେ ଭିଆଇପି କିମ୍ବା ହାଇ ଭ୍ୟାଲୁ ଟାର୍ଗେଟସ୍ ଆଣ୍ଟି ଜାମିଂ ଏରିଆ (GPS ଜାମିଂରୁ ସୁରକ୍ଷିତ ଅଞ୍ଚଳ) ରେ ରୁନ୍ତି ତାଙ୍କ ପାଇଁ MIZRAK ବହୁତ ବଡ଼ ବିପଦ। ସାଧାରଣତଃ ସୁରକ୍ଷା ଏଜେନ୍ସି ଜିପିଏସ୍ ଜାମିଂ କରି ଶତ୍ରୁର ଡ୍ରୋନକୁ ଭୁଲ୍ ବାଟରେ ନେଇଥାଏ, କିନ୍ତୁ MIZRAK ପାଇଁ GPS ଆବଶ୍ୟକ ହୁଏ ନାହିଁ। ଏହା ୧୦୦୦ କିଲୋମିଟର ଦୂରରୁ ଆସିପାରେ ଏବଂ ଘଣ୍ଟା ଘଣ୍ଟା ଧରି ଏକ ଅଞ୍ଚଳ ଉପରେ ଘୂରି ବୁଲିଥାଏ। ଏହା AI ବ୍ୟବହାର କରି ଲକ୍ଷ୍ୟସ୍ଥଳ ଚିହ୍ନଟ କରିପାରିବ ଏବଂ ସଠିକ୍ ସମୟରେ ଆକ୍ରମଣ ଆରମ୍ଭ କରିପାରିବ।  

ଆହୁରି ପଢନ୍ତୁ : US -IRAN WAR : ଆମେରିକାର କିଛି ବି ମୁର୍ଖତା କାର୍ଯ୍ୟର ଜବାବ ଦେବାକୁ ଆମ ସେନା ପ୍ରସ୍ତୁତ , ଟ୍ରମ୍ପଙ୍କୁ ଦୃଢ ଜବାବ ଦେଲା ଇରାନ