ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ କମାଲ ବ୍ୟାଟିଂ କରିବା ପରେ ସବୁଠି ଚର୍ଚ୍ଚାରେ ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଦମଦାର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆରେ ତାଙ୍କୁ ଏଣ୍ଟ୍ରି ମିଳିଛି । ଇଂଲଣ୍ଡ ଏବଂ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ଦଳରେ ସୁଯୋଗ ମିଳିଛି । ଏହି ଯୁବ କ୍ରିକେଟଙ୍କୁ ଦଳରେ ସାମିଲ କରିବା ପାଇଁ ଚର୍ଚ୍ଚା ହେଉଥିଲା ଆଉ ଏବେ ତାଙ୍କୁ ଦଳରେ ସୁଯୋଗ ମିଳିଛି । ତେବେ ତାଙ୍କ ସହ ଗସ୍ତ ସମୟରେ ୨ ଜଣ ବିଶେଷ ବ୍ୟକ୍ତି ମଧ୍ୟ ଯିବେ ବୋଲି ଅନୁମତି ମିଳିଛି ।
ବୈଭବଙ୍କ ବୟସ ଏବେ ମାତ୍ର ୧୫ । ହଠାତ ଲୋକପ୍ରିୟତା ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି । କମ୍ ବୟସରେ ଦଳରେ ସାମିଲ ରହିଥିବାବେଳେ ମାନସିକ ଭାବରେ ଚାପ ପଡ଼ିପାରେ । ଏଣୁ ତାଙ୍କ ସହ ବାପା ମାଆ ଯିବା ପାଇଁ ଅନୁମତି ପ୍ରଦାନ କରିଛି । ଘରୋଇ ପରିବେଶ ପାଇଁ ଗସ୍ତରେ ବାପା ମାଆଙ୍କୁ ମଧ୍ୟ ସାମିଲ କରାଯିବ । ଯାହାଦ୍ବାରା ସେ ଏକାକୀ ଅନୁଭବ କରିପାରିବେ ନାହିଁ । ଯାହାକି ବିଦେଶ ଗସ୍ତରେ ମଧ୍ୟ ନୂଆ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ସାହାଯ୍ୟ କରିବ ।
୧୯୮୮ ମସିହାରେ ସଚିନ ଯେତେବେଳେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କ ବଡ଼ ଭାଇ ଅଜିତଙ୍କ ତାଙ୍କ ସହ ଯିବା ପାଇଁ ସୁଯୋଗ ଦିଆଯାଇଥିଲା । ସେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ । ସେତେବେଳେ ସେ ୧୬ ବର୍ଷର ହୋଇଥିଲେ । ତେବେ ଏନେଇ ବିସିସିଆଇ ସଚିବ ଗଣମାଧ୍ୟମରେ କହିଛନ୍ତି କି, ସେ ଜଣେ ପିଲା ତେଣୁ ଆମେ ତାଙ୍କ ସହ ମାଆ ବାପାଙ୍କୁ ଦୁଇ ଦେଶ ଯାତ୍ରାରେ ସାମିଲ କରିଛୁ ।
କହି ରଖୁଛୁ କି, ପରିବାରକୁ ସାଙ୍ଗରେ ନେବା ଉପରେ ବିସିଆଇ ପୂର୍ବରୁ କଡ଼ା ନିୟମ ଲାଗୁ କରିଛି । ୪୫ ଦିନରୁ ଅଧିକ ସମୟ ଏହି ଦୁଇ ଦେଶ ବିପକ୍ଷ ଟୁର ରହିବ । ଯେଉଁଥିରେ ପରିବାର ସଦସ୍ୟ ୧୪ ଦିନ ରହିବାର ନିୟମ ରହିଛି । ମାତ୍ର ବୈଭବଙ୍କ ପାଇଁ ଏହା କୋହଳ କରାଯାଇଛି । ସେପଟେ ଭାରତ ପାଇଁ କମ ବୟସରେ ଡେବ୍ୟୁ କରିବାର ରେକର୍ଡ ବୈଭବଙ୍କ ନାମରେ ହେବାକୁ ଯାଉଛି । ଯାହା ପୂର୍ବରୁ ସଚିନଙ୍କ ନାମରେ ଥିଲା । ସେ ୧୬ ବର୍ଷରେ ଡେବ୍ୟୁ କରିଥିଲେ ।
ଏହାସହ ପଢ଼ନ୍ତୁ : Kamlesh Bind Encounter: ସ୍ବାମୀଙ୍କ ଏନକାଉଣ୍ଟରକୁ ନେଇ କାନ୍ଦି କାନ୍ଦି ଏମିତି କହିଲେ ନବବିବାହିତା