ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କଲା ବସିସିଆଇ, ୧୬ ଖେଳାଳିଙ୍କୁ ମିଳିଲା ସ୍ଥାନ

Published By : Tapas Panda | March 24, 2025 5:04 PM

Image Courtesy: businesstoday

ନୂଆଦିଲ୍ଲୀ: ବିସିସିଆଇ ସୋମବାର ମହିଳା ଦଳର କେନ୍ଦ୍ରୀୟ ଚୁକ୍ତିନାମା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଘୋଷଣା କରିଛି । ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ ବିଭକ୍ତ କରିଛି । ଗ୍ରେଡ୍ A ରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କ ସମେତ ୩ ଜଣ ଖେଳାଳି ଅଛନ୍ତି । ଗ୍ରେଡ୍ B ରେ ଶଫାଲି ବର୍ମାଙ୍କ ସମେତ ୪ ଜଣ ଖେଳାଳି ଏବଂ ଗ୍ରେଡ୍ C ରେ ୯ ଜଣ ଖେଳାଳି ଅଛନ୍ତି। ବିସିସିଆଇ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ସହିତ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କୁ କେନ୍ଦ୍ରୀୟ ଚୁକ୍ତିନାମାର A ବର୍ଗରେ ସାମିଲ କରିଛି। ରେଣୁକା ସିଂହ, ଜେମିମା ରୋଡ୍ରିଗ୍‌ଜ, ରିଚା ଘୋଷ ଏବଂ ଶଫାଲି ବର୍ମାଙ୍କୁ ତାଲିକା ବିରେ ସାମିଲ କରାଯାଇଛି। ବିସିସିଆଇ ଖୁବ୍‌ଶୀଘ୍ର ପୁରୁଷ ଜାତୀୟ ଦଳର କେନ୍ଦ୍ରୀୟ ଚୁକ୍ତିନାମାର ତାଲିକା ମଧ୍ୟ ପ୍ରକାଶ କରିବ।

ଗ୍ରେଡ୍ ଏ: ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା

ଗ୍ରେଡ୍ ବି: ରେଣୁକା ସିଂହ, ଜେମିମା ରୋଡ୍ରିଗ୍‌ଜ, ରିଚା ଘୋଷ, ଶଫାଲି ବର୍ମା

ଗ୍ରେଡ୍ ସି: ଯସ୍ତିକା ଭାଟିଆ, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ତିତସ ସାଧୁ, ଅରୁନ୍ଧତୀ ରେଡ୍ଡୀ, ଅମନଜୋତ କୌର, ଉମା ଛେତ୍ରୀ, ସ୍ନେହା ରାଣା, ପୂଜା ବସ୍ତ୍ରାକାର ।

ଗ୍ରେଡ୍ Aରେ ସାମିଲ ସ୍ମୃତି ମନ୍ଧାନା, ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମା ପ୍ରତ୍ୟେକେ ବାର୍ଷିକ ୫୦ ଲକ୍ଷ ଟଙ୍କା ପାଇବେ। ଗ୍ରେଡ୍ ବିରେ ସାମିଲ ହୋଇଥିବା ୪ ଖେଳାଳିଙ୍କୁ ବାର୍ଷିକ ୩୦ ଲକ୍ଷ ଟଙ୍କା ମିଳିବ। ଗ୍ରେଡ୍ ସିରେ ଅନ୍ତର୍ଭୁକ୍ତ ୯ ଜଣ ମହିଳା ଖେଳାଳିଙ୍କୁ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

୨୦୨୨ ମସିହାରେ ବିସିସିଆଇ ଘୋଷଣା କରିଥିଲା ଯେ, ପୁରୁଷ ଏବଂ ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି’ ଦିଆଯିବ। ତଥାପି, ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମାରେ ଏକ ପାର୍ଥକ୍ୟ ରହିଛି। ପୁରୁଷ କ୍ରିକେଟରମାନଙ୍କୁ ୪ଟି ବର୍ଗରେ ଏବଂ ମହିଳା କ୍ରିକେଟରମାନଙ୍କୁ ୩ଟି ବର୍ଗରେ ରଖାଯାଇଛି। ପୁରୁଷ C ବର୍ଗର ଖେଳାଳିମାନେ ମଧ୍ୟ ମହିଳା A ବର୍ଗର ଖେଳାଳିଙ୍କ ତୁଳନାରେ ଅଧିକ ଟଙ୍କା ପାଆନ୍ତି ।

ଭାରତୀୟ ପୁରୁଷ କ୍ରିକେଟରଙ୍କ କେନ୍ଦ୍ରୀୟ ଚୁକ୍ତି ବିଷୟରେ କହିବାକୁ ଗଲେ, ଗ୍ରେଡ୍ A ଖେଳାଳିମାନେ ପ୍ରତିବର୍ଷ ୫ କୋଟି ଟଙ୍କା ପାଆନ୍ତି। ଗ୍ରେଡ୍ B ଖେଳାଳିମାନେ ୩ କୋଟି ଟଙ୍କା ଏବଂ ଗ୍ରେଡ୍ C ଖେଳାଳିମାନଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳୁଛି । ପୁରୁଷ କ୍ରିକେଟରେ ସବୁଠାରୁ ଆଗରେ ରହିଛି A ପ୍ଲସ୍ ଗ୍ରେଡ୍‌ । ଏଥିରେ ସାମିଲ ଖେଳାଳିମାନେ ପ୍ରତିବର୍ଷ ୭-୭ କୋଟି ଟଙ୍କା ପାଆନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.