ପ୍ରମୂଖ ଖବର
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

କୋଟକ ଟିମ୍‌ ଇଣ୍ଡିଆ ବ୍ୟାଟିଂ କୋଚ ନିଯୁକ୍ତ, ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପୂର୍ବରୁ ଦଳରେ ଯୋଗ ଦେବେ

Published By : Prameya | January 17, 2025 2:47 PM

ମୁମ୍ବାଇ,୧୭/୦୧: ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ କୋଚିଂ  ଟିମ୍‌ରେ ଆଉ ଜଣେ ସଦସ୍ୟଙ୍କୁ ସାମିଲ କରିଛି । ପୂର୍ବତନ ଘରୋଇ  କ୍ରିକେଟ୍‌ ଖେଳାଳି ସିତାଂଶୁ କୋଟକଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍‌ ରହିଥିବାବେଳେ ଅଭିଷେକ ନାୟାର  ସହକାରୀ କୋଚ, ମର୍ଣ୍ଣ ମୋର୍କେଲ  ବୋଲିଂ କୋଚ୍‌ ଓ ର‌୍ୟାନ୍‌ ଟେନ୍‌ ଡିଓଷ୍ଟ  ସହକାରୀ କୋଚ ଓ ଟି ଦିଲ୍ଲୀପ୍‌  ଫିଲ୍ଡିଂ କୋଚ ରହିଛନ୍ତି । ଇଂଲଣ୍ଡ  ବିପକ୍ଷ ଘରୋଇ ସିରିଜ ପୂର୍ବରୁ ସେ  ଭାରତୀୟ ଦଳ ସହ ଯୋଗ ଦେବେ ।  ବର୍ତ୍ତମାନ ସେ ଭାରତ ଏ’ ଦଳର  ମୁଖ୍ୟ କୋଚ ରହିଛନ୍ତି । 

କୋଟକ  ଘରୋଇ କ୍ରିକେଟ୍‌ରେ ଜଣେ ସଫଳ ବ୍ୟାଟର ରହିଥିଲେ । ୧୯୯୨/୯୨ରୁ  ୨୦୧୩ ମଧ୍ୟରେ ସେ ସୌରାଷ୍ଟ୍ର ପକ୍ଷରୁ ୧୩୦ଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି  ୪୧.୭୬ ହାରରେ ୮୦୬୧ ରନ୍‌  ସଂଗ୍ରହ କରିଥିଲେ । ଏଥିରେ ୧୫ଟି  ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି । ଅବସର ପରେ ସେ ସୌରାଷ୍ଟ୍ର ଦଳର  କୋଚ୍‌ ଭାବେ କାର୍ଯ୍ୟ କରିଥିଲେ । ଗତ  ୪ବର୍ଷ ହେଲା ସେ ଏନ୍‌ସିଏର ବ୍ୟାଟିଂ  କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.