ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ବାତିଲ ହେବ IPL ? ବିସିସିଆଇ ଡାକିଲା ଜରୁରୀକାଳୀନ ବୈଠକ

Published By : Gurupada Nath | May 8, 2025 11:47 PM

ମୁମ୍ବାଇ, ୮/୫ :  ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବାତିଲ ହୋଇପାରେ IPL ଟୁର୍ଣ୍ଣାମେଣ୍ଟ। ସମସ୍ତ ବିଦେଶୀ ଖେଳାଳିଙ୍କୁ ଫେରାଇ ଦିଆଯାଇପାରେ। ବିସିସିଆଇ ଏହାକୁ ନେଇ ଏକ ଜରୁରୀକାଳୀନ ବୈଠକ ଡାକିଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ମଧ୍ୟ ବାତିଲ କରାଯାଇଛି।

ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ମ୍ୟାଚ୍ ବାତିଲ ହେବା ପରେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ପ୍ରସାରଣ ଦଳକୁ ଆସନ୍ତାକାଲି ଧର୍ମଶାଳାରୁ ସ୍ଥାନାନ୍ତର କରାଯିବ। ବିସିସିଆଇ IPL ସହିତ ଜଡିତ ଏହି ସମସ୍ତ ଲୋକଙ୍କ ପାଇଁ ଉନାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇପାରେ। ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଆସିଥିବା ଲୋକମାନଙ୍କୁ ଷ୍ଟାଡିୟମରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ସୂତ୍ର ଅନୁସାରେ, ବିସିସିଆଇ କହିଛି ଯେ ଖେଳାଳିଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯିବ ନାହିଁ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ IPL ୨୦୨୫ଉପରେ ଆସନ୍ତାକାଲି ବଡ଼ ନିଷ୍ପତ୍ତି ଆସିପାରେ। ବିସିସିଆଇ IPLକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.