ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଋଷବଙ୍କୁ ୨୪ ଲକ୍ଷର ଜରିମାନା ଲଗାଇଲା BCCI, ଜାଣନ୍ତୁ ମାମଲା ?

Published By : Ankita S | April 28, 2025 8:59 AM

ନୂଆଦିଲ୍ଲୀ,୨୮/୦୪: ଇଣ୍ଡିଆନ୍ ପ୍ରିମିୟଲ ଲିଗ୍‌ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଏକ ମ୍ୟାଚ ଥିଲା । ଏଥିରେ ଜବରଦସ୍ତ ବିଜୟ ହାସଲ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ଲକ୍ଷ୍ନୌ ମ୍ୟାଚ ହାରିବା ସହ ଫାଇନ୍ ଗଣିଛି । ଅଧିନାୟକ ଋଷବ ପନ୍ତଙ୍କୁ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ବିସିସିଆଇ ।

ମନ୍ଥର ବୋଲିଂ ପାଇଁ ଦଳକୁ ଅଧିନାୟକ ଋଷବ ପନ୍ତଙ୍କୁ ଫାଇନ୍ ହୋଇଛି । ଯାହା ଚଳିତ ସିଜନରେ ଦଳକୁ ଦ୍ୱିତୀୟ ଜରିମାନା । ଆଇପିଏଲ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କି, ''ଲକ୍ଷ୍ନୌ ସୁପରଜାଏଣ୍ଟସ ଓଭର-ରେଟ୍ ସମ୍ପର୍କିତ ନିୟମ ଉଲ୍ଲଘଂନ କରିଛି । ଏ ନେଇ ଅଧିନାୟକ ଋଷପ ପନ୍ତଙ୍କ  ଆଇପିଏଲ ନିୟମ ସହିଂତା ଅନୁଚ୍ଛେଦ ୨.୨୨ ଅଧୀନରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି । ଏହା ସହିତ ଦଳର ଅନ୍ୟ ଖେଳାଳି ଯେଉଁଥିରେ ଇମ୍ପାକ୍ଟ ପ୍ଲେୟାର ସାମିଲ ଅଛନ୍ତି ସେମାନଙ୍କ ଉପରେ ୬ ଲକ୍ଷ ଟଙ୍କା ଲେଖାଏଁ କିମ୍ୱା ସେମାନଙ୍କ ମ୍ୟାଚ ଫିସ୍‌ରୁ ୨୫% ଫାଇନ୍ ହୋଇଛି । ''

ମୁମ୍ବାଇର ଏକତରଫା ବିଜୟ- ଘରୋଇ ୱାଙ୍ଖଡେ ଷ୍ଟା଼ଡିୟମରେ ପୁଣି ଏକ ଚମକପ୍ରଦ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ, ଯଶପ୍ରୀତ ବୁମରାଙ୍କ ଅଗ୍ନିବର୍ଷା ବୋଲିଂ ସହ ୱିଲ୍ ଜାକ୍ସଙ୍କ ଶ୍ରେଷ୍ଠ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଲକ୍ଷ୍ନୌକୁ ୫୪ରନରେ ପରାସ୍ତ କରିଛି ମୁମ୍ବାଇ । ସୂର୍ଯ୍ୟକୁମାର ଯାଦବ ୨୮ ବଲରେ ୫୪ରନ କରି ୪୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୨୧୫ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା ଦଳ ।

ପନ୍ତଙ୍କ କ୍ୟାପ୍ଟେନ୍ସି ଉପରେ ପ୍ରଶ୍ନ- ଋଷବ ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ଦଳର ପ୍ରଦର୍ଶନ ଉପରେ ପ୍ରଶ୍ନର ପାହାଡ ଛିଡା ହୋଇଛି । ଖାଲି ଓଭର ରେଟ୍ ଭୁଲ ନୁହେଁ ବୋଲିଂରେ ଠିକ୍ ସମୟରେ ଦଳ ପରିବର୍ତ୍ତନ କରିପାରି ନଥିଲା । ମୋଟ ଉପରେ  କହିବାକୁ ଗଲେ  ବୋଲିଂ, ବ୍ୟାଟିଂରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ପ୍ଲେଅଫ୍ ଖେଳିବା ଆଶା କ୍ଷୀଣ ହୋଇଛି । ଏଯାବତ୍ ଦଳ ୧୦ଟି ମ୍ୟାଚରୁ ୫ଟି ଜିତିଛି । ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଛି ।

ଅଧିକ ପଢନ୍ତୁ...IPL-2025: ରିକଲଟନ ଓ ସୂର୍ଯ୍ୟଙ୍କ ବସ୍ପୋରଣ ପରେ ବୁମରାଙ୍କ କମାଲ; ମୁମ୍ୱାଇର ଲଗାତାର ପଞ୍ଚମ ବିଜୟ

IPL ଓଭର-ରେଟ୍ ନିୟମ କଣ ?  ଆଇପିଏଲରେ ସ୍ଲୋ-ଓଭର ରେଟ୍‌କୁ ଗୁରୁତର ସହ ନିଆଯାଇଛି । କାରଣ ଏହା ମ୍ୟାଚ ସମୟ ଏବଂ ଟିଭି ପ୍ରସାରଣ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଥାଏ । ନିମୟ ଅନୁସାରେ, ସବୁ ଦଳ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିଥାନ୍ତି । ଏହାଠୁ ଅଧିକ ସମୟ ନେଲେ ଅଧିନାୟକଙ୍କ ସହ ଖେଳାଳିଙ୍କୁ ଜରିମାନା ଭରିବାକୁ ପଡିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.