ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

IPL 2025: ବଲ୍‌ରେ ଲାଳ ଲଗାଇବା କଟକଣା ହଟାଇଲା ବିସିସିଆଇ

Published By : Tapas Panda | March 20, 2025 4:56 PM

Image Courtesy: indiatvnews

ନୂଆଦିଲ୍ଲୀ: IPL (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ୨୦୨୫ ପୂର୍ବରୁ ବିସିସିଆଇ ଏକ ବଡ଼ ଘୋଷଣା କରିଛି । ବଲ୍‌ରେ ସାଲିଭା ବା ଲାଳ ଲଗାଇବା ଉପରେ ଯେଉଁ କଟକଣା ଲାଗିଥିଲା ତାକୁ ହଟାଇ ଦେଇଛି ବିସିସିଆଇ । ଖେଳାଳିମାନଙ୍କୁ ବଲ୍‌ରେ ଲାଳ ପ୍ରୟୋଗ କରିବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ  ଦିଆଯାଇଛି । ନୂତନ ସିଜିନ୍ ଆରମ୍ଭ ହେବା ପୂର୍ବରୁ IPL ଅଧିନାୟକଙ୍କ ବୈଠକରେ ଏହି ଆଲୋଚନା ହୋଇଛି । ବୈଠକରେ  ଆଇପିଏଲ ସିଜିନ୍ ଆରମ୍ଭ ହେବା ପୂର୍ବରୁ ୧୦ ଜଣ ଅଧିନାୟକଙ୍କୁ ନିୟମାବଳୀ ଏବଂ ଗଣମାଧ୍ୟମ ପ୍ରସାରଣ ସଂପର୍କରେ ଅବଗତ କରାଯାଇଛି ।  

କୋଭିଡ୍-୧୯ ମହାମାରୀ ପରଠାରୁ, ICC ବଲ୍‌ରେ ଲାଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ନିଷ୍ପତ୍ତି ପେସରମାନଙ୍କ ବଲ୍‌କୁ ରିଭର୍ସ ସ୍ୱିଙ୍ଗ୍ କରିବାର କ୍ଷମତାକୁ ବାଧା ଦେଇଥିଲା  । ଏହି ନିୟମ IPL ଏବଂ ବିଭିନ୍ନ T20 ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଲାଗୁ କରାଯାଇଥିଲା।

 IPL ୨୦୨୫ ସିଜିନ୍ ପୂର୍ବରୁ ଲାଳ ଲଗାଇବା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠାଇ ଦିଆଯାଇଛି । କରୋନା ମହାମାରୀ ପରେ ଆଇପିଏଲ ୨୦୨୫ରେ ପ୍ରଥମ ଥର ଖେଳାଳିମାନେ ବଲ୍‌ରେ ଲାଳ ବ୍ୟବହାର କରିପାରିବେ । ଏହି ନିଷ୍ପତ୍ତି ବୋଲରମାନଙ୍କୁ ବେଶ ସହାୟକ ହୋଇପାରେ ବୋଲି କୁହାଯାଉଛି । IPL 2025ରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମର ପରିବର୍ତ୍ତନ ଖେଳରେ ସନ୍ତୁଳନ ଆଣିବାରେ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ।

ଟିମ୍‌ ଇଣ୍ଡିଆର ଷ୍ଟାର ପେସର ମହମ୍ମଦ ଶାମି କହିଥିଲେ ଯେ, ବୋଲରମାନଙ୍କୁ ବଲରେ ଲାଳ ବ୍ୟବହାର କରିବାକୁ ଅନୁମତି ମିଳିବା ସଂପର୍କରେ ଆଲୋଚନା ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ପରେ ଶାମି କହିଥିଲେ, ‘ଆମେ ସର୍ବଦା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥାଉ ଯେ ଆମକୁ ଲାଳ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ । ଫଳରେ ମ୍ୟାଚ୍ ସମୟରେ ସ୍ୱିଙ୍ଗ୍ ଏବଂ ରିଭର୍ସ ସ୍ୱିଙ୍ଗ୍ କରିବାକୁ ସହଜ ହେବ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.