ନୂଆଦିଲ୍ଲୀ,୧୮/୬ : ଟ୍ରାଇ ସିରିଜରେ ଶ୍ରୀଲଙ୍କା ଏର ଖେଳାଳିମାନେ ଭାରତ ଏ ବିପକ୍ଷରେ ସୁପର ଓଭରରେ ବିଜୟୀ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ। ବୈଭବ ତା’ପରେ ଖେଳାଳିମାନଙ୍କ ପାଖକୁ ଯାଇଥିଲେ ଫଳରେ ହାତାହାତି ହୋଇଥିଲା। ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେତେକ ୧୫ ବର୍ଷୀୟ ବ୍ୟାଟରଙ୍କୁ ସମର୍ଥନ କରୁଛନ୍ତି ଏବଂ ଅନ୍ୟମାନେ ତାଙ୍କ ରାଗ ହରାଇବା ପାଇଁ ସମାଲୋଚନା କରୁଛନ୍ତି। ବିସିସିଆଇ ସଚିବ ଦେବଜୀତ ସୌକିୟା ଏବେ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି।

ବିସିସିଆଇ ସଚିବ ଦେବଜୀତ ସ୍ପଷ୍ଟ କରିଛନ୍ତି କି ବୈଭବ ସୂର୍ଯ୍ୟବଂଶୀଙ୍କ ଶ୍ରୀଲଙ୍କା ଏର ଖେଳାଳୀଙ୍କ ସହ ବଚସା ମାମଲାରେ BCCI ଦଖଲ ଦେବ ନାହିଁ । ସେ ଏହା ବି କହିଛନ୍ତି କି ICC ନିୟମ ଅନୁସାରେ ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ଏହି ନିଷ୍ପତ୍ତି ନେଇଥାନ୍ତି । ସେ ପିଟିଆଇକୁ କହିଛନ୍ତି , ସୋସିଆଲ ମିଡ଼ିଆରେ ବହୁ ପ୍ରକାରର କଥା ହେଉଛି । ଯେଉଁଥିରେ ଏହା ବି ସାମିଲ ଅଛି କି BCCI କାର୍ଯ୍ୟାନୁଷ୍ଠାନ ନେବା ଉପରେ ଆଲୋଚନା କରୁଛି । କିନ୍ତୁ କ’ଣ ଆପଣ ଚାହୁଁଛନ୍ତି କି BCCI ମ୍ୟାଚ୍ ରେଫରୀର ଅଧିକାର ଉପରେ ହସ୍ତକ୍ଷେପ କରୁ ?

ସେ ସ୍ପଷ୍ଟ କରିଛନ୍ତି କି ଏହି ମାମଲାରେ BCCI ନିକଟରେ ଆକ୍ସନ ନେବା ଏବଂ ନ ନେବାର କୌଣସି ଅଧିକାର ନାହିଁ। ସେ କହିଛନ୍ତି, ଆମେ ଏହି କ୍ଷେତ୍ରରେ ଦଖଲ ଦେବା ଉଚିତ ନୁହେଁ ଯେଉଁଠାରେ ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ହିଁ ପଡ଼ିଆରେ ହେଉଥିବା ଘଟଣା ବିଷୟରେ ନିଷ୍ପତ୍ତି ନେବା ଲାଗି ମୁଖ୍ୟ ଅଧିକାରୀ ଅଟନ୍ତି । BCCI ପାଖରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କିମ୍ବା ଖେଳର ସଞ୍ଚାଳନରେ ଦଖଲ ଦେବାର ଅଧିକାର ନାହିଁ। ଯାହା କିଛି ବି ହେଲା ତାହା ଖେଳର ଅଂଶ ଥିଲା ଏବଂ BCCIର ନିୟମ ଏବଂ ICC ନିୟମ ଅନୁସାରେ ବୋର୍ଡ଼ର ଏହି ମାମଲାରେ କୌଣସି ଭୂମିକା ନାହିଁ ।