ନୂଆଦିଲ୍ଲୀ,୧୭/୦୬ : ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ୍‌ (ବିସିଆଇ) ଟେକ୍ନୋଲୋଜିକୁ କମର୍ସିଆଲ କରିବା କ୍ଷେତ୍ରରେ ଏଲନ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କକୁ ପଛରେ ପକାଇ ଦେଇଛି ଚୀନ । ସଫଳ କ୍ଲିନିକାଲ ଟ୍ରାଏଲ୍‌ ପରେ ବିଶ୍ୱର ପ୍ରଥମ କମର୍ସିଆଲ ବ୍ରେନ୍‌ ଚିପ୍‌ ନିଓକୁ ମଞ୍ଜୁରି ଦେଇଛି ଡ୍ରାଗନ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ, ମୁଦ୍ରା ଆକୃତିର ଏହି ଚିପ୍‌ ବିଶ୍ୱର ପ୍ରଥମ ସର୍ଜିକାଲ ଇମ୍ପ୍ଳାଣ୍ଟ ଡିଭାଇସ୍‌ ଭାବେ ଉଭା ହୋଇଛି । ଏହି ଆଧୁନିକ ଡିଭାଇସକୁ ବେଜିଂର ସିଂହୁଆ ବିଶ୍ୱବିଦ୍ୟାଳୟର ଗବେଷକ ଏବଂ ସାଂଘାଇ ସ୍ଥିତ ନ୍ୟୁରାକଲ ଟେକ୍ନୋଲୋଜି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ନିୟାମକ ମଞ୍ଜୁରି ମିଳିବା ପରେ ଏହାକୁ ଚୀନର ରାଷ୍ଟ୍ରାୟତ୍ତ ହେଲ୍‌ଥକେୟାର ସିଷ୍ଟମରେ ବହୁଳ ଭାବେ ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି । ମେରୁଦଣ୍ଡ ହାଡ଼ ଦୁର୍ଘଟଣା ଏବଂ ପାରାଲିସିସ ରୋଗୀଙ୍କ ପାଇଁ ଏହି ଟେକ୍ନୋଲୋଜିକୁ ବିଶେଷ କରି ବ୍ୟବହାର କରାଯିବ । ଏହା ସ୍ନାୟବିକ ସିଷ୍ଟମର କିଛି ଭାଗକୁ ପୁଣି ଥରେ ନିୟନ୍ତ୍ରଣ ହାସଲ କରିବାରେ ସହଯୋଗ କରିବ । ଏହି ଟେକ୍ନୋଲୋଜିକୁ ମାନବ ଏବଂ ମେସିନ ମଧ୍ୟରେ ଭାବ ବିନିମୟ ଦ୍ୱାରା ଏକ ବିରାଟ ପ୍ରଭାବ ଆଣିବା ଦିଗରେ ଆରମ୍ଭ ଭାବେ ଦେଖୁଛନ୍ତି ଗବେଷକ ଏବଂ ଟେକ୍ନୋଲୋଜି କମ୍ପାନି । ଅନ୍ୟପଟେ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ ମଧ୍ୟ ମଞ୍ଜୁରି ଅପେକ୍ଷାରେ ରହିଛି।

ଆହୁରି ପଢନ୍ତୁ- ଆଣ୍ଟାର୍କଟିକ୍ ବରଫରେ ମହାକାଶ ଅଣୁ, ୮୦ ହଜାର ବର୍ଷ ପୁରୁଣା ବରଫରେ ମିଳିଲା ରେଡିଓ ଆକ୍ଟିଭ୍ ‘ଆଇରନ୍-୬୦’

ହାଇଟେକ୍ ଆମେରିକାରେ ୩୦୦ ବର୍ଷ ପଛରେ ଅଟକିଥିବା ଦୁନିଆ; ଆଧୁନିକତା ରୁ ବହୁ ଦୂରରେ ଜୀବନ କାଟନ୍ତି ଏମିଶ ସମ୍ପ୍ରଦାୟ