ନୂଆଦିଲ୍ଲୀ,୦୩/୦୧; ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ଖେଳିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଦେବଜିତ୍ ସାଇକିଆ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିକୁ ଦେଖି ବିସିସିଆଇ କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ତାର ସ୍କ୍ୱାଡରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଛି । କେକେଆର ଦଳ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରିବାକୁ ଚାହିଁବେ ତେବେ ବିସିସିଆଇ ତାଙ୍କୁ ଅନୁମତି ଦେବେ । ଆଇପିଏଲ ୨୦୨୬ ମିନି ଅକ୍ସନରେ ମୁସ୍ତାଫିଜୁରଙ୍କୁ କେକେଆର ୯.୨୦ କୋଟି ଟଙ୍କାରେ କିଣିଥିଲା । ବାଂଲାଦେଶରେ ବର୍ତ୍ତମାନ ସ୍ଥିତି ଓ ଯେଉଁପରି ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ତାହାକୁ ଦେଖି ବିସିସିଆଇ ଏହି ଆକ୍ସନ ନେଇଛି । ବିସିସିଆଇର  ନିର୍ଦ୍ଦେଶ ପରେ ଶାହରୁଖ ଖାନଙ୍କୁ ଶକ୍ତ ଝଟ୍‌କା ଲାଗିଛି ।

​​​​​​​କେକେଆରକୁ ବିସିସିଆଇର ନିର୍ଦ୍ଦେଶ- କ୍ରିକେଟ ଜଗତରେ ବର୍ତ୍ତମାନ ଏକ ବଡ଼ ବିବାଦ ଦେଖା ଦେଇଛି । ଆଇପିଏଲ ୨୦୨୬ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ (KKR) ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଏବେ ବିସିସିଆଇ ଏବେ କୋଲକାତା ନାଇଟ ରାଇଡର୍ସକୁ ମୁସ୍ତାଫିଜୁର ରେହମାନଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରି ହିଂସା ଏବଂ ଲିଞ୍ଚିଂ ରିପୋର୍ଟ ହେବା ପରେ, ବାଂଲାଦେଶୀ ଖେଳାଳିମାନଙ୍କୁ ବୟକଟ କରିବାକୁ ନେଇ ଦାବି ହୋଇଥିଲା । ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି । କେକେଆରକୁ ବଦଳ ଖେଳାଳି ଖୋଜିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ''ଦେଶରେ ସାମ୍ପ୍ରତିକ ଘଟଣାକ୍ରମ ଯୋଗୁଁ, ବିସିସିଆଇ କେକେଆର ଫ୍ରାଞ୍ଚାଇଜକୁ ତାର ଜଣେ ଖେଳାଳି, ବାଂଲାଦେଶୀ ମୁସ୍ତାଫିଜୁର ରେହମାନଙ୍କୁ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଆଇ ଏହା ମଧ୍ୟ କହିଛି ଯେ ଯଦି କେକେଆର ଜଣେ ବଦଳ ପାଇଁ ଅନୁରୋଧ କରେ, ତେବେ ବଦଳ ମଞ୍ଜୁର କରାଯିବ। "

 

ବିଜେପି-କଂଗ୍ରେସ ମୁହାଁମୁହିଁ- ଆଇପିଏଲରେ ବାଂଲାଦେଶ ଖେଳାଳିଙ୍କୁ ସାମିଲକୁ ନେଇ ଗତକାଲି ମୁହଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ । ବାଂଲାଦେଶ ବାମହାତୀ ଫାଷ୍ଟ ମିଡିୟମ ବୋଲର ମୁସ୍ତାଫିଜୁର ରେହମାନଙ୍କୁ କିଣିଛି ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ । ବାଂଲାରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସ୍ଥିତି ସରଗରମ ଥିବାବେଳେ ପ୍ଲେୟାର କିଣାକୁ ନେଇ କେକେଆର ଟାର୍ଗେଟକୁ ଆସିଥିଲା । ଭାରତୀୟ ଜନତା ପାର୍ଟି ନେତା ତଥା ଉତ୍ତରପ୍ରଦେଶ ପୂର୍ବତନ ସାଂସଦ ସଙ୍ଗୀତ ସୋମ କେକେଆର ମାଲିକ ଶାହରୁଖ ଖାନକୁ ସମୋଲୋଚନା କରି ଦେଶଦ୍ରୋହୀର ଟିପ୍ପଣୀ ଦେଇଥିଲେ । ରେହମାନ ଆଇପିଏଲ ଖେଳିପାରିବେ ନାହିଁ । ଏୟାରପୋର୍ଟ ଟପି ବାହାରକୁ ଆସିପାରିବେ ନାହିଁ ମୁସ୍ତାଫିଜୁର ରେହମାନ ବୋଲି କହିଥିଲେ ସଙ୍ଗୀତ ସୋମ । ଏହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିଲା । ଶାହରୁଖ ଖାନଙ୍କୁ ସମର୍ଥନ କରିଥିଲା । ଶାହରୁଖ ଖାନଙ୍କ ଉପରେ ଦେଶଦ୍ରୋହୀ ଟିପ୍ପଣୀକୁ ନିନ୍ଦା କରିଥିଲେ କଂଗ୍ରେସ ସାସଂଦ ମାଣିକାମ ଟାଗୋର ।