ପ୍ରମୂଖ ଖବର

ସ୍ମାର୍ଟଫୋନକୁ ଓଭର ଚାର୍ଜିଂ କରୁଥିଲେ ସାବଧାନ ! ଏଭଳି ଭୁଲ୍ ପାଇଁ ଶୀଘ୍ର ଖରାପ ହୋଇପାରେ ଫୋନ୍

Published By : Swapna Ray | October 10, 2024 3:59 PM

ଭୁବନେଶ୍ୱର, ୧୦।୧୦: ଆଜିର ଯୁଗରେ ବିନା ଫୋନ୍‌ରେ କୌଣସି କାମ ସମ୍ଭବ ନୁହେଁ । ବର୍ତ୍ତମାନ ଅଧିକାଂଶ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । କିନ୍ତୁ, ସ୍ମାର୍ଟଫୋନର ସଠିକ୍ ବ୍ୟବହାର ବିଷୟରେ ଜାଣନ୍ତି କି ? ଏହାକୁ ଠିକ୍ ଭାବେ ଯତ୍ନ ନ ନେଲେ ଏହା ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ବିଷୟରେ ଯାହାଦ୍ୱାରା ସ୍ମାର୍ଟଫୋନ୍ ଶୀଘ୍ର ଖରାପ ହେବ ନାହିଁ ।

୧. ସଫା କରିବା: ସବୁବେଳେ ସ୍ମାର୍ଟ ଫୋନକୁ ସଫା ରଖନ୍ତୁ । ଅଧିକ ଦିନ ପର୍ଯ୍ୟନ୍ତ ଧୂଳି ଜମି ରହିଲେ ଏହା ଶୀଘ୍ର ଖରାପ ହୋଇଥାଏ । ବେଳେ ବେଳେ ଦୋକାନ ଯାଇ ଫୋନର ଭିତର ଅଂଶ ବି ସଫା କରାଇବା ଉଚିତ୍ । ଏହା ଦ୍ୱାରା ଫୋନର କାର‌୍ୟ୍ୟକ୍ଷମତା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ପାଣିଠାରୁ ସ୍ମାର୍ଟଫୋନକୁ ଦୂରେଇ ରଖନ୍ତୁ । 

୨. ଅଦରକାରୀ ଆପ୍: ଅଧିକାଂଶ ବ୍ୟକ୍ତି ଫୋନରେ ଅଦରକାରୀ ଆପ୍ ଡାଉନଲୋଡ୍ କରିଥାନ୍ତି । ଯାହାକୁ ପରେ ସେମାନେ ବ୍ୟବହାର କରିନଥାନ୍ତି । ଏହା ବ୍ୟତୀତ ବାଏ ଡିଫଲ୍ଟ୍ ଫୋନରେ ବି କିଛି ଆପ୍ ଥାଏ ଯାହା ଆମେ କେବେ ବ୍ୟବହାର କରନ୍ତିନି । ତେଣୁ ତୁରନ୍ତ ଏଭଳି ଆପ୍‌କୁ ଫୋନରୁ ଡିଲିଟ୍ କରନ୍ତୁ । 

୩. ଓଭର ଚାର୍ଜିଂ: ଫୋନକୁ ଓଭର ଚାର୍ଜିଂ କରିବା ଦ୍ୱାରା ବ୍ୟାଟେରୀ ଲାଇଫ୍ ପ୍ରଭାବିତ ହୋଇଥାଏ । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫୋନ୍ ଖରାପ ହୋଇଥାଏ । ଏହାବାଦ୍ ସବୁବେଳେ ଆପଣ ବ୍ୟବହାର କରୁଥିବା ଫୋନର ଚାର୍ଜର ବ୍ୟତୀତ ଅନ୍ୟ କମ୍ପାନୀର ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ନଚେତ୍ ଫୋନ୍ ଖରାପ ହେବା ସହ ଚାର୍ଜର ମଧ୍ୟ ଖରାପ ହେବାର ସମ୍ଭାବନା ଥାଏ । 

୪. ଅଧିକ ତାପମାତ୍ରା: ଫୋନକୁ ସବୁବେଳେ ଅଧିକ ତାପମାତ୍ରା ଥିବା ସ୍ଥାନଠାରୁ ଦୂରେଇ ରଖନ୍ତୁ । ନଚେତ୍ ସ୍ମାର୍ଟଫୋନ୍ ଓଭରହିଟ୍ ହେବା ଫଳରେ ଅଘଟଣ ହେବାର ସମ୍ଭାବନା ରହିଛି । 

୫. ଅପଡେଟ୍ ନ କରିବା: ବେଳେ ବେଳେ ସ୍ମାର୍ଟଫୋନକୁ ଅଧିକ ସମୟ ପରର୍ଯ୍ୟନ୍ତ ଅପଡେଟ୍ ନକରିଲେ ଏହା ଫୋନକୁ ସ୍ଲୋ କରିଥାଏ । ତେଣୁ ସମୟ ସମୟରେ ଫୋନକୁ ଅପଡେଟ୍ କରିନିଅନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.