ବାଉଁଶୁଣୀ,୧୧/୦୯: ଗୁରୁବାର ସକାଳେ ବାଉଁଶୁଣୀ ରେଞ୍ଜ ବାଉଁଶୁଣୀ ସେକ୍ସନ ଅନ୍ତର୍ଗତ ଜମଘାଟୀ ଗାଁ ନିକଟରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଯାହା ପରେ ଚାଷୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗର କର୍ମଚାରୀ ଭାଲୁକୁ ଜଗି ରହିଛନ୍ତି l
ସୂଚନା ଅନୁଯାୟୀ, ଗୁରୁବାର ସକାଳ ୧୦ ଟା ବେଳେ ଏକ ଭାଲୁ ଜମଘାଟୀ ଗାଁ ନିକଟରେ ଦେଖିବା ପରେ ଭାଲୁକୁ ଘଉଡ଼ାଇବା ପାଇଁ ଲୋକେ ହୋ ହାଲ୍ଲା କରିଥିଲେ । ଫଳରେ ଭୟରେ ଭାଲୁ ମଧ୍ୟ ଦୀର୍ଘ ସମୟ ଧରି ଏଣେତେଣେ ଦୌଡ଼ିଥିଲା । ପରେ ଭାଲୁଟି ଏକ ବୁଦା ମଧ୍ୟରେ ପଶି ଯାଇଥିଲା । ଏସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଭାଲୁ ରହିଥିବା ବୁଦାକୁ ଘେରି ଜଗି ରହିଛନ୍ତି l ସନ୍ଧ୍ୟାରେ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି l