କପ୍ତିପଦା,୨୬/୦୫:ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳରେ ଭାଲୁ ଆତଙ୍କ । ଗାଁ ଦାଣ୍ଡରେ ରାତି ତମାମ ବୁଲୁଛି ବିଶାଳକାୟ ଭାଲୁ । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ । କପ୍ତିପଦା ବନାଞ୍ଚଳ ଅନ୍ତର୍ଗତ ବୈରାଟପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଭୟଙ୍କର ଦୃଶ୍ୟ । ଗତ କିଛି ଦିନ ହେଲା ରାତି ହେଲେ ଗାଁ ଭିତରକୁ ପଶି ଆସୁଛି ଏହି ବିଶାଳକାୟ ଭାଲୁ । ଭାଲୁଟି ଗାଁ ଭିତରେ ବୁଲୁଥିବା ସମୟର ଦୃଶ୍ୟ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ରାତି ଅନ୍ଧାରରେ ଭାଲୁଟି ଧୀରେ ଧୀରେ ଗାଁ ଦାଣ୍ଡରେ ଚାଲିବା ସହ ଘର ପାଖରେ ବୁଲୁଛି ।
ଆହୁରି ପଢନ୍ତୁ-Toilet Tank Tragedy : ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ଅଘଟଣ
ବଢ଼ିଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଭାଲୁଟି ବାରମ୍ବାର ଗାଁ ମୁହାଁ ହେଉଛି । ରାତି ସାରା ଭାଲୁ ବୁଲୁଥିବାରୁ ଲୋକେ ଭୟରେ ଜାଗି ରହୁଛନ୍ତି ।ଏହି ଘଟଣା ପରେ ଗ୍ରାମବାସୀ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଏହି ଗାଁ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଡାଗୱେଲରେ ଭାଲୁଟିଏ ପଡ଼ିଥିବା ବେଳେ ତାହାକୁ ସେଠାରୁ ବାହାର କରି ବୈରାଟପୁର ଗ୍ରାମ ନିକଟ ହୁଡ଼ିରେ ଛାଡି ଦିଆଯାଇଥିଲା। ଉକ୍ତ ଭାଲୁଟି ଏବେ ଗ୍ରାମରେ ଆତଙ୍କ ଖେଳାଇଥିବା ଜଣାପଡିଛି।