ପ୍ରମୁଖ ଖବର
  • ବଡବିଲ : ୨ ଟ୍ରକ ମଧ୍ୟରେ ଚାପି ହୋଇଗଲା କାର, ୬ ମୃତ
  • ||
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବିଏଡ୍‌ ନାମଲେଖା, ଜୁନ୍‌ ୧୬ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୧।୫: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଚଳିତ ଶିକ୍ଷା ବର୍ଷର ଶିକ୍ଷକ ଶିକ୍ଷା ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପକ୍ଷରୁ ଏଥିପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ । ମେ ୩୧ ତାରିଖ ସୁଦ୍ଧା ଅନ୍‌ଲାଇନରେ ଆପ୍ଲିକେସନ ଆବେଦନ କରାଯିବ । ଜୁନ ୧୦ରୁ ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଜୁନ୍‌ ୧୬ରେ ପରୀକ୍ଷା କରାଯିବ । ଜୁଲାଇ ୧୦ରେ ବିଏଡ୍‌, ଏମଏଡ୍‌, ବିଏଡ୍‌-ଏମ୍‌ଏଡ୍‌ର ଫଳ ପ୍ରକାଶ ପାଇବ । ତେବେ ଜୁଲାଇ ୫ରେ ବିଏସ୍‌ସି ବିଏଡ୍‌, ବିଏ ବିଏଡ୍‌, ଏମ୍‌ଏସ୍‌ସି ଏମ୍‌ଏଡ୍‌ ଫଳ ପ୍ରକାଶ ପାଇବ । ଏନେଇ ସମସ୍ତ ସୂଚନା ଏନ୍‌ସିଇଆର୍‌ଟି ୱେବ୍‌ସାଇଟରେ ଉପଲବ୍ଧ ରହିଛି । 

ସୂଚନାଯୋଗ୍ୟ, ଚଳିତ ବର୍ଷ ଏନ୍‌ସିଇଆର୍‌ଟି ଅଧୀନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା ନାମଲେଖା ପାଇଁ ସୂଚୀପତ୍ର ପ୍ରକାଶ ପାଇଛି । ଚଳିତ ବର୍ଷ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏହି ପରୀକ୍ଷା ପରିଚାଳନା କରୁଛି । ଆବେଦନ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ମେ ୩୧ ତାରିଖ ସୁଦ୍ଧା ଆବେଦନ କରାଯିବ । ଏଥିରେ ବିଏସ୍‌ସି ବିଏଡ୍‌ (୪ବର୍ଷିଆ), ବିଏ ବିଏଡ୍‌ (୪ବର୍ଷିଆ), ଏମ୍‌ଏସ୍‌ସିଏଡ୍‌ (୬ ବର୍ଷିଆ), ବିଏଡ୍‌ (୨ ବର୍ଷିଆ), ବିଏଡ୍‌-ଏମ୍‌ଏଡ୍‌ (୩ ବର୍ଷିଆ), ଏମ୍‌ଏଡ୍‌ (୨ ବର୍ଷିଆ) ପାଠ୍ୟକ୍ରମ ପାଇଁ ନାମଲେଖା ହେବ । ଦେଶର ୮ଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ହେବ । ତେବେ ବିଏସ୍‌ସି ବିଏଡ୍‌, ବିଏ ବିଏଡ୍‌, ଏମ୍‌ଏସ୍‌ସିଏଡ୍‌ ଆବେଦନକାରୀମାନେ ଜୁନ୍‌ ୨୦ ସୁଦ୍ଧା ନିଜର ଏକାଡେମିକ୍‌ ଉତ୍ତୀର୍ଣ୍ଣ ମାର୍କ ଦାଖଲ କରିବେ । ସେହିପରି ବିଏଡ୍‌, ବିଏଡ୍‌ଏମ୍‌ଏଡ୍‌, ଏମ୍‌ଏଡ୍‌ ଆବେଦନକାରୀମାନେ ଜୁନ୍‌ ୩୦ ସୁଦ୍ଧା ନିଜର ମାର୍କ ଅପଲୋଡ୍‌ କରିବେ । 

ଭୁବନେଶ୍ୱର ଆଞ୍ଚଳିତ ଶିକ୍ଷା ପ୍ରତିଷ୍ଠାନରେ ବିଏସ୍‌ସି ବିଏଡ୍‌ରେ ଫିଜିକାଲ୍‌ ସାଇନ୍ସ ଗ୍ରୁପ ପାଇଁ ୫୫, ବାୟୋଲୋଜିକାଲ୍‌ ସାଇନ୍ସ ଗ୍ରୁପ ପାଇଁ ୫୫, ବିଏ ବିଏଡ୍‌ ପାଇଁ ୫୫, ବିଏଡ୍‌ର ସାଇନ୍ସ ଓ ମ୍ୟାଥ୍‌ ଗ୍ରୁପ ପାଇଁ ୫୫ ଏବଂ ସୋସିଆଲ୍‌ ସାଇନ୍ସ ଆଣ୍ଡ ଲାଙ୍ଗୁଏଜ୍‌ ଗ୍ରୁପ୍‌ ପାଇଁ ୫୫ଟି ରହିଛି । ଏମ୍‌ଏଡ୍‌ ପାଇଁ ୫୫ ସିଟ୍‌ରେ ନାମଲେଖା ହେବ । ଆବେଦନ ଫି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୨୦୦ ଟଙ୍କା ଥିବା ବେଳେ ଏସ୍‌ସି,ଏସ୍‌ଟି, ଭିନ୍ନକ୍ଷମ, ଆର୍ଥିକ ଅନଗ୍ରସର ଶ୍ରେଣୀ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ୬୦୦ ଟଙ୍କା ରଖାଯାଇଛି । ପ୍ରବେଶିକା ପରୀକ୍ଷାରେ ୮୦ଟି ପ୍ରଶ୍ନ ଆସିବ । ଏଥିପାଇଁ ଦେଢ଼ ଘଣ୍ଟା ସମୟ ଦିଆଯିବ । ଗୋଟିଏ ପ୍ରଶ୍ନ ପାଇଁ ୨ ମାର୍କ ମିଳିବ । ତେବେ ଭୁଲ୍‌ ହେଲେ ୦.୫ ନେଗେଟିଭ୍‌ ମାର୍କ ଦିଆଯିବ । ଏନେଇ ସମସ୍ତ ବିବରଣୀ ଏନ୍‌ସିଇଆର୍‌ଟି ୱେବ୍‌ସାଇଟ୍‌ https://cee.ncert..gov.in/ ରେ ଉପଲବ୍ଧ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.