ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୫ ଦିନ ବିତିଲା, ବଡ଼ଦାଣ୍ଡରୁ ଉଠିଲାନି ଅଳିଆ; ଆବର୍ଜନା ପକାଇ ବ୍ୟାରିକେଡ୍‌ ବୁଲାଇଲେ

ପୁରୀ, ୧୫।୫: ବଡ଼ଦାଣ୍ଡରେ ଗଦା ହୋଇଛି କୁଢ଼କୁଢ଼ ପଙ୍କ ଓ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟୁଛି । ପାଖ ଦେଇ ଚାଲି ହେଉନି । ୫ଦିନ ହେବ ଟ୍ରାକ୍ଟର ଟ୍ରାକ୍ଟର ଆବର୍ଜନା ପଡ଼ିଥିବା ବେଳେ ଏହାକୁ ସଫା କରାଯାଉନାହିଁ । ଗଦା ହୋଇଥିବା ଆବର୍ଜନା ଚାରିପାଖରେ ବ୍ୟାରିକେଡ୍‌ ବୁଲାଯାଇଛି । ଏହା ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହ ପବିତ୍ରତାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ପୁରୀର ହୃଦୟ ବୋଲାଉଥିବା ବଳଗଣ୍ଡି ଛକରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମାଉସୀ ମା' ମନ୍ଦିର ସମ୍ମୁଖ ରାସ୍ତାରେ ମଧ୍ୟ ଏଭଳି ଆବର୍ଜନା ଗଦାଇ ରଖାଯାଇଛି । ଏହି ଆବର୍ଜନା ଯୋଗୁ ବଡ଼ଦାଣ୍ଡରେ ଅଳିଆଗଦାର ଭ୍ରମ ସୃଷ୍ଟି କରୁଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଉଭୟ ପାଶ୍ୱର୍ର ନଳା ସଫା କରାଯାଉଛି । ନଳାରୁ ବାହାରୁଥିବା ଆବର୍ଜନାକୁ ତୁରନ୍ତ ସଫା ନ କରି ବଡ଼ଦାଣ୍ଡରେ ଗଦେଇ ରଖୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସୁବ୍ୟବସ୍ଥିତ ବର୍ଷା ଜଳ ନିଷ୍କାସନ ସହ ରଥଯାତ୍ରା ସମୟରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହେବ ଏହାକୁ ନଜରରେ ରଖି ପ୍ରତ୍ୟେକ ବର୍ଷ ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ନଳାକୁ ସଫା କରାଯିବା ସହ ପଙ୍କ କଢ଼ା ଯାଇଥାଏ । 

ଚଳିତ ବର୍ଷ ନାଳ ସଫେଇ ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ହେଲେ ନାଳ ସଫା ପରେ ଏହି ପଙ୍କ ମିଶ୍ରିତ ଆବର୍ଜନାକୁ ତୁରନ୍ତ ଉଠାଯାଉନାହିଁ । ଏନେଇ ଅଭିଯୋଗ କରିବାରୁ ପଙ୍କ ଶୁଖିବା ପରେ ଏହାକୁ ସଫା କରାଯିବ ବୋଲି ପୌର କର୍ମଚାରୀ କହୁଛନ୍ତି । ହେଲେ ଦିନେ ୨ ଦିନ ମଧ୍ୟରେ ପଙ୍କ ଶୁଖି ଯାଇଥିଲେ ମଧ୍ୟ ଏହାକୁ ସେମିତି ପକାଇ ରଖାଯାଇଛି । କିଛିଦିନ ତଳେ ବର୍ଷା ହେବା କାରଣରୁ ଏହି ଅଳିଆ ଭାସି ବଡ଼ଦାଣ୍ଡ ସାରା ବିଛେଇ ହୋଇ ଯାଇଥିଲା । ଏହାପରେ ମଧ୍ୟ ପୌରପାଳିକାର ଚେତା ପଶିନାହିଁ । ଆଉ ଥରେ ବର୍ଷା ହେଲେ ଆବର୍ଜନା ପୁଣି ଚାରିଆଡ଼କୁ ବିଛେଇ ଯିବାର ଆଶଙ୍କା ରହିଛି । ଏଣୁ ଯଥାଶୀଘ୍ର ଏହି ଅଳିଆ ଉଠାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.