ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘ବାଜିଗର’ର ଏହି ସିନ୍‌ରେ କାନ୍ଦିବା ବଦଳରେ ହସିଥିଲେ କାଜଲ, ଖୁଲାସା କଲେ ଅବ୍‌ବାସ-ମସ୍ତାନ

ନୂଆଦିଲ୍ଲୀ ୧୫/୦୫: ୧୯୯୩ରେ ପ୍ରେକ୍ଷାଳୟକୁ ଆସିଥିଲା ହିନ୍ଦୀ ଚଳଚ୍ଚିତ୍ର ‘ବାଜିଗର’ । ଏ ଚଳଚ୍ଚିତ୍ରର କଥାବସ୍ତୁ, ମୁଖ୍ୟ ଚରିତ୍ରରେ ଶାହରୁଖ ଖାନ, କାଜଲ, ଶିଳ୍ପା ସେଟ୍ଟୀଙ୍କ ଅଭିନୟ, ଗୀତ ଆଦିକୁ ଖୁବ୍‌ ପସନ୍ଦ କରିଥିଲେ ସିନେପ୍ରେମୀ । ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିବା ‘ବାଜିଗର’ର ଗୋଟିଏ ସଂଳାପ ଆଜି ବି ଅନେକଙ୍କ ମନରେ ରହିଛି - ‘ହାର୍‌କର ଜିତ୍‌ନେବାଲେକୋ ବାଜିଗର କେହେତେ ହେ ।’ ଶାହରୁଖ ଏଥିରେ ଆଣ୍ଟିହିରୋ ଚରିତ୍ର ନିର୍ବାହ କରିଥିଲେ । ଏହା ଥିଲା ଶିଳ୍ପାଙ୍କର ପ୍ରଥମ ଫିଲ୍ମ । 

ଫିଲ୍ମର ଗୋଟିଏ ଦୃଶ୍ୟରେ ଶାହରୁଖ ଶିଳ୍ପାଙ୍କୁ ଏକ ଉଚ୍ଚ ଅଟ୍ଟାଳିକାର ଛାତରୁ ତଳକୁ ଠେଲି ଦେଉଥିବା ଘଟଣା ଆପଣଙ୍କର ମନେଥିବ । ‘ବାଜିଗର’ ରିଲିଜ୍‌ର ୩୧ ବର୍ଷ ପରେ ବର୍ତ୍ତମାନ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ-ମସ୍ତାନ ଏହି ଦୃଶ୍ୟ ସମ୍ପର୍କିତ ଏକ ରୋଚକ ଘଟଣାର ଅବତାରଣା କରିଛନ୍ତି । କଥାବାର୍ତ୍ତାବେଳେ ଅବ୍‌ବାସ-ମସ୍ତାନ କହିଥିଲେ, ଏହି ସିନେମାବେଳକୁ କାଜଲ ଓ ଶିଳ୍ପାଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ । ଫିଲ୍ମରେ ଶିଳ୍ପାଙ୍କ ବଡ଼ଭଉଣୀ ଚରିତ୍ରରେ ଥିଲେ କାଜଲ । ଯେତେବେଳେ ଶାହରୁଖଙ୍କଠାରୁ ଧକ୍କା ଖାଇ ତଳକୁ ଖସିପଡ଼ି ଶିଳ୍ପାଙ୍କ ଚରିତ୍ରର ମୃତ୍ୟୁ ହେଉଛି, ତାହା ଜାଣିବା ପରେ କାଜଲ ସେହି ଦୃଶ୍ୟରେ କାନ୍ଦିବାର ଥିଲା ଏବଂ ଶାହରୁଖ ତାଙ୍କୁ ସାନ୍ତ୍ୱନା ଦେବାର ଥିଲା । କିନ୍ତୁ କାନ୍ଦିବା ବଦଳରେ ହସି ହସି ଗଡ଼ି ଯାଇଥିଲେ କାଜଲ । 

ନିର୍ଦ୍ଦେଶକ ଦୁହେଁ ଭାବିଲେ ଯେ, କାଜଲ ବୋଧେ ସିନ୍‌ ବିଷୟରେ ବୁଝିପାରି ନାହାନ୍ତି । ସେଥିପାଇଁ କାନ୍ଦିବା ପରିବର୍ତ୍ତେ ହସୁଛନ୍ତି । କାଜଲଙ୍କୁ ଯେତେବେଳେ ଏ ବିଷୟରେ ପ୍ରଶ୍ନ କରାଗଲା, ଭୂମିରେ ଲୋଟିଥିବା ଶିଳ୍ପାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ସେମିତି ହସୁ ହସୁ ଉତ୍ତର ଦେଇଥିଲେ ସେ, ‘ଦେଖ ଇଏ ମରିସାରିଛି ଅଥଚ ତା’ର ଆଖି ଖୋଲାଅଛି, ପଲକ ପଡ଼ୁଛି, ଉଠୁଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.