ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ଚନ୍ଦୁ ଚାମ୍ପିଅନ'ରୁ ଅଭିନେତାଙ୍କ ପ୍ରଥମ ଲୁକ ଆଉଟ

ମୁମ୍ବାଇ,୧୫ /୫ : ବଲିଉଡ ହ୍ୟାଣ୍ଡସମ ହଙ୍କ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଆଗାମୀ ଫିଲ୍ମ ଚନ୍ଦୁ ଚାମ୍ପିଅନରେ ଦେଖିବାକୁ ମିଳିବ । ପୂର୍ବରୁ କାର୍ତ୍ତିକ ଏହି ଫିଲ୍ମ ନେଇ ଅପଡେଟ ସେୟାର କରୁଥିବା ବେଳେ ଆଜି ଫିଲ୍ମରୁ ତାଙ୍କର ନୂଆ ଲୁକ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କୁ ଏକ ନୂଆ ଅବତାରରେ  ଦେଖିବାକୁ ମିଳିଛି । ଅଭିନେତାଙ୍କ ଏହି ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ  ଅପେକ୍ଷା କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଅଭିନେତାଙ୍କ ଡାଏଟ୍ ଉପରେ ଆଲୋଚନା ହୋଇଆସୁଛି । ଏହି ଚଳଚ୍ଚିତ୍ର ପାଇଁ କାର୍ତ୍ତିକ କେବଳ ଏକ ବିଶେଷ ଡାଏଟ ଗ୍ରହଣ କରିନଥିଲେ ବରଂ ମିଠା ଖାଇବା ମଧ୍ୟ ଛାଡିଥିଲେ। ଏହା ବ୍ୟତୀତ ସେ କୁସ୍ତିରେ କଠୋର ଶିକ୍ଷା ଗ୍ରହଣ କରିଥିଲେ। ଏବେ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଛି ।

 ଫିଲ୍ମର ପ୍ରଥମ ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅବତାର ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ।  ଅଭିନେତା 'ଚନ୍ଦୁ ଚାମ୍ପିଅନ୍' ହେବା ପରେ ପ୍ରଶଂସକଙ୍କ ଉତ୍ସାହର କୌଣସି ସୀମା ନାହିଁ । ସାଜିଦ୍ ନାଦିଆଡୱାଲା ଏବଂ କବୀର ଖାନଙ୍କ ମିଳିତ ପ୍ରଡକ୍ସନରେ ନିର୍ମିତ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍' ଚଳିତ ବର୍ଷର ସବୁଠାରୁ ବଡ ରିଲିଜ୍ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି। ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନ କାଦୁଅରେ ଭିଜୁଥିବା ଦେଖିବାକୁ ମିଳିଛି। ଏଥିରେ  ତାଙ୍କର ଚେହେରା ଏତେ ଅଲଗା ଦେଖାଯାଉଛି ଯେ ଫଟୋରେ ତାଙ୍କୁ ଚିହ୍ନିବା କଷ୍ଟକର । ତେବେ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍' ପାଇଁ କେତେ ପରିଶ୍ରମ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.