ଭୁବନେଶ୍ୱର,୦୧/୦୮:  ଆଜି ପ୍ରକାଶ ପାଇବ ଶିକ୍ଷକ ଶିକ୍ଷା (ବିଏଡ୍‌, ଏମ୍‌ଏଡ୍‌,  ହିନ୍ଦୀ ବିଏଡ୍‌) ନାମଲେଖା ପାଇଁ  ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳ । ନିଜ ସ୍କୋର  ଅନୁଯାୟୀ ଛାତ୍ରଛାତ୍ରୀ ଚଏସ୍‌ ଲକିଂ  କରିବେ । ୪ ତାରିଖ ମଧ୍ୟରେ ଚଏସ୍‌  ଲକିଂ କରିବାକୁ ସୁଯୋଗ ଦିଆଯିବ ।  ୮ରେ ପ୍ରୋଭିଜ୍‌ନାଲ ସିଟ୍‌ ଆବଣ୍ଟନ  ତାଲିକା (ପ୍ରଥମ  ରାଉଣ୍ଡ) ପ୍ରକାଶ  କରାଯିବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ ତାରିଖରୁ ୧୩  ତାରିଖ ମଧ୍ୟରେ ନାମଲେଖାଇବେ ।  

୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ  ନାମଲେଖା ପାଇଁ ସିଟ୍‌ ଆବଣ୍ଟନ  କରାଯିବ । ଏଥିରେ ସ୍ଥାନିତ  ଛାତ୍ରଛାତ୍ରୀ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖାଇବେ । ୨୬ରେ ତୃତୀୟ  ପର୍ଯ୍ୟାୟ ନାମଲେଖା ପାଇଁ ସିଟ୍‌ ଆବଣ୍ଟନ  ତାଲିକା ପ୍ରକାଶ ପାଇବ । ଏଥିରେ  ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ  ୨୯ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ  ନାମଲେଖାଇବେ । ଚତୁର୍ଥ ପର୍ଯ୍ୟାୟ ତଥା  ସ୍ପଟ୍‌ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ  ୫ ତାରିଖ ମଧ୍ୟରେ ଅନ୍‌ଲାଇନ କମନ୍‌  ଆପ୍ଲିକେସନ ଫର୍ମ ଆବେଦନ ଆରମ୍ଭ  ହେବ । ଏହାର ମେଧା ତାଲିକା ୮  ତାରିଖରେ ଉଚ୍ଚଶିକ୍ଷାନୁଷ୍ଠାନର  ଇସ୍ପେସ୍‌ରେ ଉପଲବ୍ଧ ହେବ । 

୯ରେ  ୱେଟିଂ ଲିଷ୍ଟ ନୋଟିସ୍‌ ବୋର୍ଡ କିମ୍ବା  ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ । ଏପରିକି ଫୋନ୍‌ କଲ୍‌, ଇମେଲ୍‌  କିମ୍ବା ଏମ୍‌ଏମ୍‌ଏସ୍‌ ମାଧ୍ୟମରେ  ଛାତ୍ରଛାତ୍ରୀଙ୍କ ପାଖକୁ ସୂଚନା  ଦିଆଯିବ । ୧୦ରୁ ୧୧ ତାରିଖ ମଧ୍ୟରେ  ନାମଲେଖା ହେବ । ୧୩ ତାରିଖ  ମଧ୍ୟରେ ସମସ୍ତ ନାମଲେଖା ପ୍ରକ୍ରିୟା  ଶେଷ କରାଯିବ । ସେପ୍ଟେମ୍ବର ୨  ତାରିଖରୁ ପାଠପଢ଼ା ଆରମ୍ଭ ହେବ ।