ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ

Published By : Harapriya Sethi | December 4, 2024 9:52 AM

କଟକ, ୦୪/୧୨: ଖଇରା ପୋଲ ନିକଟରୁ ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର । ଗାଡ଼ି ଭିତରେ ପାଖାପାଖି ୧୮ ଟନ୍ ଗୋମାଂସ ଥିବା ଅନୁମାନ କରାଯାଉଛି। କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ଦଶ ଚକିଆ କଣ୍ଟେନରଟି ସାଲେପୁର ରାସ୍ତା ଆଡୁ ଗୋମାଂସ ନେଇ ଆସୁଥିବା ବିଷୟରେ ବଜରଙ୍ଗ ଦଳ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ବଜରଙ୍ଗ ଦଳ ଛକି ବସିଥିଲା । ଗାଡ଼ିଟି ଆସିବା ମାତ୍ରେ ବଜରଙ୍ଗ ଦଳର ସଦସ୍ୟ ମାନେ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ଜଗତପୁର ଥାନା ପୋଲିସ ଗାଡ଼ିକୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.