ତିଗିରିଆ, ୧୭/୧ : ରାସ୍ତା ଉପରେ ପଡ଼ିଛି ପୁଳା ପୁଳା ଗୋମାଂସ। କଟକ ଜିଲ୍ଲା ତିଗିରିଆ ନିଜିଗଡ଼ ସ୍ଥିତ ମହାବୀର ବଜାରରେ ଗୋମାଂସ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସର୍ବସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି।
ସୂଚନାନୁଯାୟୀ, ତିଗିରିଆ ବଜାର ମଧ୍ୟସ୍ଥ ୬୫ ନମ୍ବର ରାଜ୍ୟ ରାଜପଥରେ କେହି ଗୋରୁ ମାଂସ ନେଇ ଯାଉଥିବା ବେଳେ ଖସି ପଡ଼ିଥିଲା। ରାସ୍ତାରେ ପୁଳା ପୁଳା ମାଂସ ପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ଗୋ ରକ୍ଷକମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ବାଲି ମାଫିଆଙ୍କ ଘରୁ ମିଳିଲା ଅଢେଇ କୋଟି : ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ, ବଢିବ ଅପରାଧୀଙ୍କ ସଂଖ୍ୟା