ଇନ୍ଦୋର : ଭିକାରୀ ମୁକ୍ତ ହେବ ଇନ୍ଦୋର। କେହି ଆଉ ଭିକ ମାଗି ପାରିବେନି କି କେହି ବି ଦେବାକୁ ଚେଷ୍ଟା କରିବେନି। ମଧ୍ୟ ପ୍ରଦେଶର ଇନ୍ଦୋରକୁ ଭିକାରୀ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରି ଦେଇଛି। ଏଥିପାଇଁ ୧ ଜାନୁୟାରୀ, ୨୦୨୫ରୁ ଭିକାରୀଙ୍କୁ ଭିକ ଦେଉ ଥିବା ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ। ଜିଲ୍ଲା କଲେକ୍ଟର ଆଶୀଷ ସିଂହ କହିଛନ୍ତି କି, ପ୍ରଶାସନ ଇନ୍ଦୋରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଇବାର ନିର୍ଦ୍ଦେଶ ପୂର୍ବରୁ ହିଁ ଜାରି କରି ଦେଇଛନ୍ତି।
ଇନ୍ଦୋର କଲେକ୍ଟର କହିଛନ୍ତି , ଭିକ ମାଗିବା ବିରୋଧରେ ଆମର ସଚେତନତା ଅଭିଯାନ ଏହି ମାସ( ଡିସେମ୍ୱର)ର ଶେଷ ସୁଦ୍ଧା ସହରରେ ଚାଲିବ। ଯଦି କେହି ବ୍ୟକ୍ତି ୧ ଜାନୁୟାରୀରୁ ଭିକ ଦେଉଥିବାର ଦେଖିବାକୁ ମିଳେ ତ ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ କରାଯିବ। ମୁଁ ଇନ୍ଦୋରର ସବୁ ନିବାସୀଙ୍କୁ ଅପିଲ କରୁଛି କି, ସେମାନେ ଲୋକଙ୍କୁ ଭିକ ଦେଇ ପାପର ଭାଗିଦାରୀ ହୁଅନ୍ତୁ ନାହିଁ।
ଜିଲ୍ଲାପାଳ କହିଛନ୍ତି କି, ପ୍ରଶାସନ ନିକଟବର୍ତ୍ତୀ ମାସରେ ଲୋକଙ୍କୁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ କରୁଥିବା ଅନେକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ଏବଂ ଭିକ୍ଷାବୃତ୍ତିରେ ସାମିଲ ଅନେକ ଲୋକଙ୍କର ପୁନର୍ବାସ ମଧ୍ୟ କରାଯାଇଛି।
କହି ରଖୁଛି କି, କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ୧୦ଟି ସହରକୁ ଭିକାରୀ ମୁକ୍ତ କରିବା ପାଇଁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି , ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ ଅଛି। ସୂଚନା ଯେ , ଇନ୍ଦୋରକୁ ଭିକ୍ଷୁକ ମୁକ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନର ଟିମ୍ ଗୁଡ଼ିକ ଗତ ଦିନରେ ୧୪ଜଣ ଭିକ୍ଷୁକଙ୍କୁ ଧରି ଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ରାଜୱାଡାର ଶନି ମନ୍ଦିରର ପାଖରେ ଭିକ ମାଗୁ ଥିବା ଜଣେ ମହିଳାଙ୍କ ପାଖରୁ ୭୫ ହଜାର ଟଙ୍କା ଜବତ ହୋଇ ଥିଲା , ଯାହାକି ସେ ପାଖାପାଖି ୧୦-୧୨ ଦିନରେ ସଂଗ୍ରହ କରିଥିଲେ।
ପ୍ରକଳ୍ପ ଅଧିକାରୀ କହିଛନ୍ତି କି ସହରରେ କିଛି ଏମିତି ପରିବାର ଅଛି , ଯେଉଁମାନେ ବାରମ୍ୱାର ଧରାପଡିବା ସତ୍ତ୍ୱେ ଭିକ୍ଷାବୃତ୍ତିରେ ଲିପ୍ତ ରହିଛନ୍ତି। ଅଭିଯାନ ଅନୁସାରେ,ଏମାନଙ୍କ ଉପରେ କଡ଼ା ନଜର ରଖା ଯାଉଛି।