ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବେଲେଶ୍ୱର ଡବଲ ମର୍ଡର ଘଟଣା: ପୋଲିସ ହେପାଜତରେ ଅଭିଯୁକ୍ତ

Published By : Harapriya Sethi | February 14, 2025 12:14 PM

ଭୁବନେଶ୍ୱର,୧୪/୦୨: କଟକ ବେଲେଶ୍ୱର ଡବଲ ମର୍ଡର ଘଟଣାରେ ପୋଲିସ୍‌କୁ ସଫଳତା । ୫ ବର୍ଷ ପରେ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ପୋଲିସ ହେପାଜତରେ ଥିବା ତିନି ଅଭିଯୁକ୍ତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଘରେ କାମ କରୁଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କ ସଂପୃକ୍ତି ଥିବା ସୂଚନା। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ପୋଲିସ କରୁଛି ଖୋଳତାଡ଼ । ବକେୟା ଟଙ୍କା ମଗାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କହିରଖୁ କି, ୨୦୧୯ ଡିସେମ୍ବର ୧୨ ସଂଧ୍ୟା ସମୟରେ ଘଟିଥିଲା ଏହି ହତ୍ୟାକାଣ୍ଡ । କଟକର ମଧୁପାଟଣା ଥାନା ବେଲେଶ୍ୱର ଅଞ୍ଚଳର ଏକ ଘରେ ରହୁଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । 

ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିଲା । ମୃତକ ହେଲେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲଙ୍କର ୫ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ସମସ୍ତେ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତି ଘରେ ଥିଲେ । ହତ୍ୟା ପରଦିନ ତାଙ୍କ ଝିଅ ଫୋନ୍ କରିବାରୁ କେହି ରିସିଭ୍ କରି ନଥିଲେ । ଏ ସମ୍ପର୍କରେ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ଘଟଣାସ୍ଥଳକୁ ଯାଇ ଘର କବାଟ ଖୋଲାଥିବା ଦେଖିଥିଲେ । ଆଉ ଭିତରେ ପଡିଥିଲା ମୃତଦେହ । 

ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା । କେହି ପରିଚିତ ଲୋକ ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ତେବେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ଧରାପଡ଼ିନଥିଲା । ଅପରାଧୀକୁ ଧରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର ଲୋକେ । 

ପରେ ହତ୍ୟା ଘଟଣାରେ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅଟକ ଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ କଟକ କମିସନରେଟ୍‌ ପୋଲିସ ଅଞ୍ଚଳର ବୋଲି ସୁରାକ ମିଳିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ସହର ଭିତରେ ଓ ଏହାର ଆଖପାଖରେ ପୋଲିସ ତାର ତଦନ୍ତକୁ ଜାରି ରଖିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.