ନୂଆଦିଲ୍ଲୀ,୦୬/୦୨; ଆଖିରେ କଳାଦାଗ ସହ ଫୁଲିଛି । ଗାଲରେ ଗଭୀର ଆଘାତ ଲାଗିଛି । ଏମିତି କି ତାଙ୍କୁ ଚିହ୍ନିବା ବି କଷ୍ଟକର । ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଆହତ ହୋଇଛନ୍ତି । ଅଭ୍ୟାସ ବେଳେ ଏକ କ୍ରିକେଟ ବଲ୍ ବାଜି ତାଙ୍କ ମୁହଁ ଫାଟି ଯାଇଛି । ସେ ନିଜେ ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଏକ ଫଟୋ ଛାଡ଼ି ଏ ବିଷୟ ଜଣାଇଛନ୍ତି । ତାଙ୍କ ଆଖି ଏବଂ ଗାଲରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ତୁମେମାନେ କ୍ରିକେଟ୍ ବଲ୍ କରାମତି ଦେଖିବା ଉଚିତ୍ ।’ ଅର୍ଥାତ୍ ସେ କହିବାକୁ ଚାହିଁଛନ୍ତି କି, ତୁମେ କ୍ରିକେଟ୍ ବଲ୍ ଦ୍ୱାରା ଆଘାତ ପାଇବାର ଅବସ୍ଥା ଦେଖିବା ଉଚିତ୍ । ଅଭ୍ୟାସ ସମୟରେ ଷ୍ଟୋକ୍ସଙ୍କ ଡାହାଣ ଗାଲରେ ଏକ ବଲ୍ ବାଜିଥିଲା । ବଲ୍ ତୀବ୍ରତା ଏତେ ଜୋର ଥିଲା ଯେ, ତାଙ୍କ ଡାହାଣ ଆଖିର ତଳ ଭାଗ ଫୁଲିଯିବା ସହ କଳା ପଡ଼ି ଯାଇଥିଲା । ଏପରିକି ନାକରୁ ମଧ୍ୟ ରକ୍ତସ୍ରାବ ହୋଇଥିଲା । ଫଟୋରେ ସେ ନାକରେ ଏକ ବ୍ୟାଣ୍ଡେଜ ଲଗାଇଥିବା ଦେଖିବାକୁ ମିଳିଛି ।ଏହି ଆଘାତ ତାଙ୍କୁ କିଛି ମାସ ପାଇଁ କ୍ରିକେଟରୁ ଦୂରେଇ ରଖିପାରେ । କ୍ରିକେଟରଙ୍କ ଆଘାତ ଖବର ସବୁବେଳେ ସାଧାରଣ, କିନ୍ତୁ ଷ୍ଟୋକ୍ସଙ୍କ ଆଘାତର ପରିମାଣ ବିଶ୍ୱାସ କରିବା କଷ୍ଟକର । ଷ୍ଟୋକ୍ସଙ୍କ ଅବସ୍ଥା ଏକ ବଲ୍ ଯୋଗୁଁ ହୋଇଥିଲା । ଏହି କିମ୍ବଦନ୍ତୀ ଅଲରାଉଣ୍ଡର ଇନଷ୍ଟାଗ୍ରାମରେ ତାଙ୍କ ଆଘାତର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ଗଭୀର ଭାବରେ ଆଘାତ ହୋଇଥିବା ଦେଖାଯାଉଛି । ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଆଶା କରିଛନ୍ତି ତାଙ୍କ ଫ୍ୟାନ୍ସ ।
Ben Stokes’ Instagram story. 😱
— Mufaddal Vohra (@mufaddal_vohra) February 5, 2026
- Get well soon, Ben! pic.twitter.com/L2etpg1ZsF
ଆସେସ ସମୟରେ ଆହତ- ଅଷ୍ଟ୍ରେଲିଆ ବିପକ୍ଷରେ ସଦ୍ୟ ସମାପ୍ତ ଆସେସ୍ ସିରିଜ୍ ସମୟରେ ବେନ୍ ଷ୍ଟୋକ୍ସ ଆହତ ହୋଇଥିଲେ । ବୋଲିଂ କରିବା ସମୟରେ ଷ୍ଟୋକ୍ସଙ୍କ ଗଣ୍ଠିରେ ଆଘାତ ଲାଗିଥିଲା ଏବଂ ବର୍ତ୍ତମାନ ସେ ଏଥିରୁ ସୁସ୍ଥ ହେଉଛନ୍ତି । ଷ୍ଟୋକ୍ସ ଅଭ୍ୟାସ ଆରମ୍ଭ କରିଥିଲେ, କିନ୍ତୁ ଅଭ୍ୟାସ ସମୟରେ ଆଉ ଥରେ ଆହତ ହୋଇଛନ୍ତି । ଯାହା ତାଙ୍କୁ କିଛି ମାସ ପାଇଁ କ୍ରିକେଟରୁ ଦୂରରେ ରଖିବାର ସମ୍ଭାବନା ରହିଛି । ସେ କେବେ ଫିଟ୍ ହେବେ ଏବଂ ପଡ଼ିଆକୁ ଫେରିପାରିବେ ତାହା ଦେଖିବାକୁ ଅପେକ୍ଷା ।
ଏହା ବି ପଢନ୍ତୁ...ପାକିସ୍ତାନର ନିଷ୍ପତ୍ତି ମୋ ନିୟନ୍ତ୍ରଣରେ ନାହିଁ, ଆମେ ଖେଳିବାକୁ ପ୍ରସ୍ତୁତ : କ୍ୟାପ୍ଟେନ୍ ସୂର୍ଯ୍ୟକୁମାର
ସୂଚନାଯୋଗ୍ୟ, ଷ୍ଟୋକ୍ସ ଇଂଲଣ୍ଡ ସୀମିତ ଓଭର ଦଳର ଆଗାମୀ ଯୋଜନାରେ ସାମିଲ ନଥିବାବେଳେ କେବଳ ଟେଷ୍ଟ ଖେଳୁଛନ୍ତି । ଆଗାମୀ ଜୁନରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି । ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ, ଇଂଲଣ୍ଡ ୨୦୨୫-୨୬ ଆସେସରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିଥିଲା । ଇଂଲଣ୍ଡ ୧-୪ରେ ସିରିଜ ହାରିଥିଲା ଏବଂ ଷ୍ଟୋକ୍ସଙ୍କ ଅଧିନାୟକତ୍ୱକୁ ବ୍ୟାପକ ସମାଲୋଚନା କରାଯାଇଥିଲା । ଅଷ୍ଟ୍ରେଲିଆ ପଞ୍ଚମ ମ୍ୟାଚ୍ ଜିତି ସିରିଜ୍ ୪-୧ରେ କବ୍ଜା କରିଥିଲା।