ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଆଣ୍ଟି- ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ ଭେଣ୍ଡି, ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପକାରୀ...

Published By : Anindita Ratha | August 22, 2025 10:38 AM

ଭେଣ୍ଡି ପ୍ରାୟ ଲୋକଙ୍କର ପସନ୍ଦର ଖାଦ୍ୟ । ଏହା ସ୍ୱାଦ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଯେଉଁ ଲୋକମାନଙ୍କଠାରେ ମଧୁମେହର ସମସ୍ୟା ରହିଛି, ସେମାନଙ୍କ ପାଇଁ ଭେଣ୍ଡି ଖୁବ୍‌ ଉପକାରୀ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ସାମାନ୍ୟ କରିଥାଏ । ଏଥିରେ ଥିବା ଡାଇଟରି ଫାଇବର ଶର୍କରାକୁ ତୀବ୍ର ବେଗରେ ନିୟନ୍ତ୍ରିତ କରିଥାଏ । ଭେଣ୍ଡିରେ ଖୁବ୍‌ କମ୍‌ କ୍ୟାଲୋରୀ ରହିଥାଏ । ପରିବାପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍‌ରେ ପରିବା ସାମିଲ୍‌ କରିବାକୁ ବିଶେଷଜ୍ଞ କହିଥାନ୍ତି । ଏହାଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଭେଣ୍ଡି ମଧୁମେହ ରୋଗୀଙ୍କ ପାଇଁ ଔଷଧଠାରୁ କୌଣସି ଗୁଣରେ କମ୍‌ ନୁହେଁ । ଏଥିରେ ପୋଟାସିୟମ୍‌, ଭିଟାମିନ୍‌-ସି, କ୍ୟାଲସିୟମ୍‌ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ କେତେକ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପକାରୀ । 

ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ 

ଭେଣ୍ଡି ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ । ଏହା ଆଣ୍ଟି- ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ । ଏହାକୁ ଖାଇବା ସହ ଜୀବନଶୈଳୀକୁ ମଧ୍ୟ ନିୟନ୍ତ୍ରିତ ରଖିବାକୁ ପଡିଥାଏ । 

ଫାଇବରରେ ଭରପୁର 

ଭେଣ୍ଡିରେ ବହୁ ମାତ୍ରାରେ ଫାଇବର ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଜରୁରି । ଫାଇବର କବ୍ଚଠାରୁ ଦୂରେଇ ରଖିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଡାଏଟ୍‌ରେ ନିୟମିତ ଭେଣ୍ଡି ସାମିଲ୍‌ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । 

କମ୍‌ କ୍ୟାଲୋରୀ 

ଭେଣ୍ଡି କମ୍‌ କ୍ୟାଲୋରୀଯୁକ୍ତ । ଯଦି ଆପଣ ନିଜକୁ ସ୍ଲିମ୍‌ ରଖିବାକୁ ଚାହାନ୍ତି, ତେବେ ଭେଣ୍ଡି ଭଲ ବିକଳ୍ପ । କମ୍‌ କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହା ଶରୀରର ଓଜନକୁ ବଢିବାକୁ ଦିଏନା । 

ଡାଏଟ୍‌ରେ ଭେଣ୍ଡିକୁ ଏମିତି କରନ୍ତୁ ସାମିଲ୍‌ 

ମଧୁମେହ ରୋଗୀ ଭେଣ୍ଡି ଖାଇବା ସମୟରେ ଏଥିରେ ଯଥାସମ୍ଭବ କମ୍‌ ତେଲ ମସଲା ବ୍ୟବହାର କରିବା ଉଚିତ୍‌ । ଏପରି ଖାଇବା ଦ୍ୱାରା ହିଁ ରକ୍ତରେ ଶର୍କରା ସ୍ତରକୁ କମ୍‌ କରାଯାଇପାରିବ । ସେହିପରି ନିୟମିତ ରାତିରେ ଗୋଟିଏ ଭେଣ୍ଡିକୁ ଦୁଇ ଖଣ୍ଡ କରି ପାଣିରେ ପକାଇ ପରଦିନ ସକାଳେ ସେହି ପାଣିକୁ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିବା ସହ ମଧୁମେହ ସାମାନ୍ୟ ରହିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.