ଭୋଗରାଇ,୨୯/୩ : ତାଳସାରୀରେ ସୁଟିଂ ସମୟରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡ଼ି ଯାଇ ବଙ୍ଗଳା ଅଭିନେତାଙ୍କ ମୃତ୍ୟୁ । ମୃତକ ବଙ୍ଗଳା ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀ ବୋଲି ଜଣାପଡ଼ିଛି ।

​​​​​​​

ସୂଚନା ଅନୁସାରେ, ଭୋଗରାଇ ତାଲସାରୀରେ ସୁଟିଂ ସମୟରେ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ମୃତ୍ୟୁ ହୋଇଛି । ଏହି ଖବର ଆସିବା ମାତ୍ରେ ପଶ୍ଚିମବଙ୍ଗର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ରାହୁଲ ତାଳସାରୀରେ 'ଭୋଲେ ବାବା ପାର କରେଗା' ଧାରାବାହିକର ସୁଟିଂ ପାଇଁ ଯାଇଥିଲେ । ସୁଟିଂ ସମୟରେ ହିରୋ ହିରୋଇନଙ୍କ ଗୋଡ଼ ଖସିଯିବାରୁ ପାଣିରେ ପଡ଼ି ଯାଇଥିଲେ । ସଂଗେସଂଗେ ରାହୁଲଙ୍କୁ ପାଣିରୁ ଉଦ୍ଧାର କରି ଦୀଘା ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ରବିବାରର ଏହି ଘଟଣା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।