ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚିନ୍ନାସ୍ୱାମୀ ଷ୍ଟାଡିୟମ ଦଳାଚକଟା: ଆରସିବି, ଇଭେଣ୍ଟ ଅର୍ଗାନାଜର ଓ କେସିଏ ବିରୋଧରେ ମାମଲା ରୁଜୁ

Published By : Harapriya Biswal | June 5, 2025 8:06 PM

ବେଙ୍ଗାଲୁର,୫।୬: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିରୋଧରେ ଏକ FIR ରୁଜୁ କରାଯାଇଛି। ଦୁର୍ଘଟଣାର ୨୪ ଘଣ୍ଟା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରସିବି, ଡିଏନଏ (ଇଭେଣ୍ଟ ମ୍ୟାନେଜର), କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିରୁଦ୍ଧରେ କ୍ୟୁବନ ପାର୍କ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି। ଏଫଆଇଆରରେ ଦଳାଚକଟା ଘଟଣାରେ ଅପରାଧିକ ଅବହେଳାର ଉଲ୍ଲେଖ ଅଛି। ଏଫଆଇଆରରେ ଧାରା ୧୦୫, ୧୨୫ (୧) (୨), ୧୩୨, ୧୨୧/୧, ୧୯୦ ଆର/ଡବ୍ଲୁ ୩ (୫) ଲଗାଯାଇଛି। 

RCB ଜୁନ୍ ୩ ତାରିଖରେ ତାର ପ୍ରଥମ IPL ଟାଇଟଲ୍ ଜିତିଥିଲା, ଯାହା ପରେ ଦଳର ବିଜୟ ଶୋଭାଯାତ୍ରା ଆୟୋଜନ କରିବାର କଥା ସାମ୍ନାକୁ ଆସିଥିଲା। ଜୁନ୍ ୪ ତାରିଖରେ ସକାଳରୁ ହିଁ ରାସ୍ତାରେ ଭିଡ଼ ଜମିବା ଆରମ୍ଭ ହୋଇଗଲା। ଭିଡ଼କୁ ଦୃଷ୍ଟିରେ ରଖି, ପୋଲିସ ଭିକ୍ଟ୍ରି ପରେଡ୍ ପାଇଁ ଅନୁମତି ଦେଇ ନଥିଲା ଏବଂ ଏହାକୁ ବାତିଲ କରାଯାଇଥିଲା। ପୋଲିସ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବକୁ ସ୍ଥଗିତ ରଖିବାକୁ ମଧ୍ୟ ଅନୁରୋଧ କରିଥିଲା। ତାଙ୍କ ମତରେ ଏବେ ଫ୍ୟାନ୍‌ଙ୍କ ଭିତରେ ଖୁବ୍ ଉତ୍ସାହ ରହିଛି, କାରଣ ଗୋଟିଏ ଦିନ ପୂର୍ବରୁ ଟିମ୍ ଟ୍ରଫି ଜିତିଛି।

ପୋଲିସ ଚାହୁଁଥିଲା ଯେ ଆରସିବି ଏହି କାର୍ଯ୍ୟକ୍ରମ ରବିବାର ଆୟୋଜନ କରୁ, କିନ୍ତୁ RCB ଯୁକ୍ତି ଦେଇଥିଲା ଯେ ସେମାନଙ୍କର ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶକୁ ଫେରିବେ, ତେଣୁ ସେମାନେ ୪ ଜୁନ୍ ରେ ହିଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛନ୍ତି। ବେଙ୍ଗାଲୁରୁ ସହରାଞ୍ଚଳ ଡେପୁଟି କମିଶନର ଜି ଜଗଦୀଶା ପୂର୍ବରୁ କହିଥିଲେ ଯେ ଦଳାଚକଟା ଘଟଣାର ତଦନ୍ତରେ ଯୋଗଦେବା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପୋଲିସ କମିଶନର ବି ଦୟାନନ୍ଦଙ୍କୁ ନୋଟିସ ଜାରି କରାଯିବ।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବୁଧବାର ଦଳାଚକଟା  ମାମଲାରେ  ଦଳାଚକଟା ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ ରୁ ଅଧିକ ଆହତ ହୋଇଥିଲେ। ଜାତୀୟ ମାନବାଧିକାର କମିଶନ (NHRC) ଏହି ଦଳାଚକଟାର ତଦନ୍ତ କରିଛି। ସେ ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ଏକ ନୋଟିସ ପଠାଇ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି। NHRC ଅନୁଯାୟୀ, ଅଭିଯୋଗ ହୋଇଛି ଯେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପରିଚାଳନା ଖରାପ ଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଦୁଃଖଦ ଘଟଣା ଘଟିବା ଏବଂ ଷ୍ଟାଡିୟମ ବାହାରେ ମୃତଦେହ ପଡ଼ିବା ସତ୍ତ୍ୱେ, ଷ୍ଟାଡିୟମ ଭିତରେ ଉତ୍ସବ ଜାରି ରହିଥିଲା। ଏନଏଚଆରସି କହିଛି ଯେ ଅଭିଯୋଗକାରୀ ଏହି ମାମଲାରେ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।  ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀଙ୍କୁ ଜବାବଦେହୀ, କ୍ଷତିପୂରଣ ଏବଂ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.