ବେଙ୍ଗାଲୁରୁ : ମାତିଛନ୍ତି ସ୍କାମର। ଉବର ଭଡ଼ାରେ ବି କରୁଛନ୍ତି ଘୋଟାଲା। ଏ ବିଷୟରେ ବିସ୍ତୃତ ଭାବେ କହିଛନ୍ତି ବେଙ୍ଗାଲୁରୁର ଜଣେ ନିବାସୀ। ଯିଏକି ଉକ୍ତ ସହରର ବିମାନ ବନ୍ଦରରେ ଯାତ୍ରୀଙ୍କୁ ଟାର୍ଗେଟ୍ କରୁଥିବା ଏକ ନୂଆ ଘୋଟାଲା ବିଷୟରେ ଜଣାଇଛନ୍ତି। ମହେଶ ସୁଥାର, ଯିଏକି ଜଣେ ଟେକ୍ ବୃତ୍ତିଧାରୀ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସତର୍କ କରାଇଛନ୍ତି। କହିଛନ୍ତି ଜଣେ ଟ୍ୟାକ୍ସି ଚାଳକ ଯିଏକି ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଉବେରର ଡିଜାଇନ କରି ଭଡ଼ାକୁ ବଢାଇ ଦେଉଛନ୍ତି।
ନିଜର ଅନୁଭବକୁ ଦର୍ଶାଇ ମହେଶ କହିଛନ୍ତି , ସେ ବିମାନ ବନ୍ଦରରେ ପହଞ୍ଚିବାକୁ ଏକ ଟ୍ୟାକ୍ସି ବୁକ୍ କରି ଥିଲେ। ଗାଡ଼ିରେ ବସିବା ପରେ ଡ୍ରାଇଭର ଯାତ୍ରା ଆରମ୍ଭ କରିବା ପାଇଁ ଉବେର ଭଳି ଦେଖାଯାଉ ଥିବା ଏକ ଆପ୍ର ବ୍ୟବହାର କରୁଥିଲେ। ହେଲେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ୧,୦୦୦ ଟଙ୍କାରୁ ଅଧିକ ବିଲ୍ ଦେବାକୁ ପଡ଼ିଥିଲା।

ଯେତେବେଳେ ଅତିରିକ୍ତ ଭଡ଼ା ବିଷୟରେ ସେ ପଚାରିଲେ , ଚାଳକ କହିଲେ ଏହା ଜିଏସଟି ( ଦ୍ରବ୍ୟ ସେବା କର) କାରଣରୁ ଥିଲା। ସେ ବିଲ୍ର ରସିଦ ଦେବାକୁ ମନା କରି କହିଲେ, ଏହାକୁ ପରେ ଇଲେକ୍ଟ୍ରୋନିକ ଭାବେ ପଠାଯିବ। ମହେଶଙ୍କୁ ଏକ ଘୋଟାଲା ବିଷୟରେ ସନ୍ଦେହ ହୋଇଥିଲା। ସେ ଉକ୍ତ ଘଟଣା ବିଷୟରେ ଅନଲାଇନ୍ରେ ସେୟାର କଲେ। ଏହି ନକଲି ଆପ୍ଟି ବ୍ଲୁମିଟର ବୋଲି ଦର୍ଶାଇଛନ୍ତି , ଯାହା କି ଚାଳକକୁ ମନଇଚ୍ଛା ଟଙ୍କା ବଢାଇବାରେ ସାହାଯ୍ୟ କରିଥାଏ ।
ମୁଁ ଖୁବ୍ ପ୍ରଭାବିତ ହେଲି । ଏହା ଏହି ପରି କାମ କରିଥାଏ : ସେ ବ୍ଲୁମିଟର ନାମକ ଏକ ଆଣ୍ଡ୍ରଏଡ୍ ଆପ୍ର ବ୍ୟବହାର କରନ୍ତି, ଯାହା ଉବେର ଭଳି ଦେଖିବାକୁ। ସେ ବିଶ୍ୱାସ ଜନ୍ମାଇବା ପାଇଁ ଟ୍ରିପ୍ ଷ୍ଟାର୍ଟ ବଟନ ଦେଖାନ୍ତି ଏବଂ କ୍ଲିକ୍ କରିଥାନ୍ତି ଏବଂ ପରେ ସେ ଏହି ଆପ୍ରେ ଯାତ୍ରା ସମାପ୍ତ କରିଥାନ୍ତି ,ଯାହା ଅଧିକ ରାଶି ଦେଖାଇ ଥାଏ।
What an inventive new scam by @BLRAirport taxi today 😂
— Mahesh (@mister_whistler) December 16, 2024
This dude showed me an exact replica of @Uber app when he started and ended the trip with 1000 bucks extra baked in.
Said the extra is because of GST and when I asked for the bill he said I’ll get it next month. So cute. pic.twitter.com/n3ijpp2TZP
ପୂରା ପୋଷ୍ଟଟି ପଢନ୍ତୁ –
ଆଜି @BLRAirport ଟ୍ୟାକ୍ସି ଏକ ନୂଆ ଓ ନିଆରା ଘୋଟାଲା କରିଛି। ଏହି ବ୍ୟକ୍ତି ମୋତେ @Uber ଆପ୍ର ନକଲ ଦେଖାଇଲେ, ଯେବେ ସେ ଯାତ୍ରା ଆରମ୍ଭ କଲେ ଏବଂ ସମାପ୍ତ କଲେ ,ଯେଉଁଥିରେ ୧୦୦୦ଟଙ୍କା ଅତିରିକ୍ତ ଥିଲା। ସେ କହିଛନ୍ତି , ଅତିରିକ୍ତ ଟଙ୍କା ଜିଏସଟି କାରଣରୁ ହୋଇଛି ଏବଂ ଯେବେ ମୁଁ ବିଲ୍ ମାଗିଲି ତ ସେ କହିଲେ କି ମୁଁ ଏହାକୁ ଆସନ୍ତା ମାସରେ ନେବି ।
ମୁଁ ଖୁବ୍ ପ୍ରଭାବିତ ହେଲି । ଏହା ଏହି ପରି କାମ କରିଥାଏ : ସେ ବ୍ଲୁମିଟର ନାମକ ଏକ ଆଣ୍ଡ୍ରଏଡ୍ ଆପ୍ର ବ୍ୟବହାର କରନ୍ତି, ଯାହା ଉବେର ଭଳି ଦେଖିବାକୁ। ସେ ବିଶ୍ୱାସ ଜନ୍ମାଇବା ପାଇଁ ଟ୍ରିପ୍ ଷ୍ଟାର୍ଟ ବଟନ ଦେଖାନ୍ତି ଏବଂ କ୍ଲିକ୍ କରିଥାନ୍ତି ଏବଂ ପରେ ସେ ଏହି ଆପ୍ରେ ଯାତ୍ରା ସମାପ୍ତ କରିଥାନ୍ତି ,ଯାହା ଅଧିକ ରାଶି ଦେଖାଇ ଥାଏ।
ଯଦି ଆପଣ ଉଚିତ୍ ବିଲ୍ ମାଗୁଛନ୍ତି ତ ସେ କୁହନ୍ତି ବିଲିଂ ସିଷ୍ଟମ ଏବେ ଖରାପ। ଆପଣଙ୍କୁ ଆସନ୍ତା ମାସରେ ଇମେଲ୍ରେ ବିଲ୍ ମିଳିବ। ସବୁଠୁ ମଜାଦାର କଥା କି ଶ୍ରୀ ରାଜଗୋପାଳ ୱାଇଏନ ମୋର ଇମେଲ୍ କି ଫୋନ୍ ନମ୍ୱର ନେଇନଥିଲେ। ଯାହାକି ସେ ଧରା ପଡ଼ିଗଲେ...।
ଠକାମୀର ଶିକାର ନହେବାକୁ ପରାମର୍ଶ –
-ଉବର ବା ଓଲା ଭଳି ପ୍ରତିଷ୍ଠିତ ରାଇଡ୍-ହେଲିଂ ଆପ୍ର ମାଧ୍ୟମରେ କ୍ୟାବ୍ ପୂର୍ବରୁ ବୁକ୍ କରନ୍ତୁ।
-ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭଡ଼ାର ଅନୁମତି ସତ୍ୟାପିତ କରି ନିଅନ୍ତୁ।
- ଯାତ୍ରା ଶେଷ ହେବା ପରେ ରସିଦ୍ ନେବାକୁ ଭୁଲନ୍ତୁ ନାହିଁ।
-କୌଣସି ବି ସଦିଗ୍ଧ କାର୍ଯ୍ୟକଳାପର ସୂଚନା ବିମାନ ବନ୍ଦରର ଅଧିକାରୀଙ୍କୁ ଦିଅନ୍ତୁ।