ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲଙ୍କାଗୁଣ୍ଡ ଫିଙ୍ଗି ୧୨ ଥର ଛୁରୀ ଭୁସିଥିଲେ ସ୍ତ୍ରୀ, 'ରାକ୍ଷସକୁ ମାରିଦେଲି' ବୋଲି ସାଙ୍ଗଙ୍କୁ ମେସେଜ୍‌ କରିଥିଲେ

Published By : Ankita S | April 22, 2025 8:20 AM

ବେଙ୍ଗାଲୁରୁ,୨୨/୦୪: ଝଗଡ଼ା ଏତେ ବଢିଗଲା ଯେ ଜଘନ୍ୟକାଣ୍ଡ ଘଟାଇଲେ ପତ୍ନୀ । ପ୍ରଥମେ ଆଖିକୁ ଲଙ୍କାଗୁଣ୍ଡ ପକାଇଲେ । ଏହାପରେ ୧୦ରୁ ୧୨ ଥର  ଛୁରୀ ଭୁସିଲେ । ରାକ୍ଷସକୁ ମାରି ଦେଇଥିବା ନେଇ ସାଙ୍ଗକୁ ମେସଜ କଲେ । ଏପରି ବର୍ବରତା କର୍ଣ୍ଣାଟକରେ ହୋଇଛି । ପୂର୍ବତନ ପୁଲିସ ଡିଜି ଓମ୍‌ ପ୍ରକାଶଙ୍କ ହତ୍ୟା ମାମଲାରେ ସୋମବାର ତାଙ୍କର ପତ୍ନୀ ପଲ୍ଲବୀ ଓ ଝିଅ କ୍ରିତିଙ୍କୁ ଗିରଫ କରାଯାଇଛି । ପୁଅ କାର୍ତ୍ତିକେଶ(୩୮)ଙ୍କ ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରବିବାର ୧୯୮୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଓମ୍‌ ପ୍ରକାଶଙ୍କ ମୃତଦେହ ତାଙ୍କର ବେଙ୍ଗାଲୁରୁସ୍ଥିତ ବାସଭବନରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । 

ପୁଲିସ ଅନୁସାରେ, ଗତକାଲି ପୂର୍ବତନ ଡିଜିପି ଖାଉଥିବାବେଳେ ପତ୍ନୀ ପଲ୍ଲବୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ପଲ୍ଲବୀ ତାଙ୍କୁ ହତ୍ୟା କରିଥିଲେ । ପ୍ରଥମେ ପଲ୍ଲବୀ ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗିଥିଲେ । ଅସହ୍ୟ ଜ୍ୱାଳାରେ ଅତିଷ୍ଠ ହୋଇ ପୂର୍ବତନ ଡିଜିପି ଏପଟ ସେପଟ ଦୌଡୁଥିବାବେଳେ ପଲ୍ଲବୀ ତାଙ୍କ ଗଳା, ଛାତି, ପେଟରେ ୧୦-୧୨ ଥର ଛୁରୀରେ ଆକ୍ରମଣ କରିଥିଲେ । ସେଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ଝିଅ କ୍ରିତି ବି ସେଠାରେ ଉପସ୍ଥିତ ଥିଲେ । 

ପ୍ରାଥମିକ ତଦନ୍ତରୁ ଆହୁରି ସାମ୍ନାକୁ ଆସିଛି ଯେ, ହତ୍ୟାକାଣ୍ଡ ପରେ ପଲ୍ଲବୀ ଅନ୍ୟ ଜଣେ ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀଙ୍କୁ ମେସେଜ୍‌ ପଠାଇଥିଲେ । ସେଥିରେ ସେ ଜଣେ ରାକ୍ଷସଙ୍କୁ ଶେଷ କରିଦେଇଥିବା ଲେଖିଥିଲେ । ପରେ ପଲ୍ଲବୀ ତାଙ୍କୁ ଓମ୍‌ ପ୍ରକାଶଙ୍କ ହତ୍ୟା କରିଥିବା କହିଥିଲେ । ଏହାପରେ ସେହି ଆଇପିଏସ୍‌ ଅଧିକାରୀ ହିଁ ପୁଲିସକୁ ସୂଚନା ଦେଇଥିଲେ । 

ସେପଟେ ପୁଅ କାର୍ତ୍ତିକେଶଙ୍କ ଅନୁସାରେ, ତାଙ୍କର ମା’ ପଲ୍ଲବୀ ବିଗତ ଏକ ସପ୍ତାହ ହେଲା ବାପାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ । ସେହି ଧମକ ଯୋଗୁ ବାପା ନିଜ ଭଉଣୀଙ୍କ ଘରେ ରହିବାକୁ ପଳାଇଥିଲେ । ୨ ଦିନ ପୂର୍ବରୁ ସାନ ଭଉଣୀ କ୍ରିତି ସେଠାକୁ ଯାଇ ବାପାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ନେଇ ଆସିଥିଲା । ଏଭଳିସ୍ଥଳରେ ସେ ମା’ ଓ ଭଉଣୀଙ୍କ ବିରୋଧରେ ବାପାଙ୍କୁ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମା’ ମାନସିକ ରୋଗରେ ପୀଡି଼ତ ଥିବା ମଧ୍ୟ ସେ ଦର୍ଶାଇଛନ୍ତି । 

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଓମ୍‌ ପ୍ରକାଶ ଓ ପଲ୍ଲବୀଙ୍କ ମଧ୍ୟରେ ରାଜ୍ୟର ଦାନ୍ଦେଲିରେ ଥିବା ଏକ ସମ୍ପତ୍ତିକୁ ନେଇ ବିବାଦ ଥିଲା । ଓମ୍‌ ପ୍ରକାଶ ନିଜର ଜଣେ ସଂପର୍କୀୟଙ୍କୁ ସମ୍ପତ୍ତି ହସ୍ତାନ୍ତର କରିଥିଲେ । ସେଥିଯୋଗୁ ଅଧିକାଂଶ ସମୟରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ତେବେ ଏହି ହତ୍ୟାକାଣ୍ଡରେ ଝିଅ କ୍ରିତିଙ୍କର କୌଣସି ଭୂମିକା ଅଛି କି ନାହିଁ ତାହା ପୁଲିସ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.