ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ

Published By : Ankita S | June 6, 2025 9:34 AM

ବେଙ୍ଗାଲୁରୁ,୦୬/୦୬: ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନିଆଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମାର୍କେଟିଂ ହେଡ୍ ନିଖିଲ ସୋସଲେ ଗିରଫ ହୋଇଛନ୍ତି । ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏୟାରପୋର୍ଟରୁ ନିଖିଲଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ । ଅନ୍ୟ ୩ ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ବେଙ୍ଗାଲୁରୁ ପୁଲିସ । ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବିର ବିଜୟ ଉତ୍ସବ ପାଳନ ସମୟରେ ବାହାରେ ଦଳଚକଟା ସ୍ଥିତି ହୋଇଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆରସିବି ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ।

ଚିନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ପୁଲିସର ଏହା ପ୍ରଥମ ଗିରଫ ଘଟଣା । ମୁମ୍ବାଇ ଯିବା ସମୟରେ ଏୟାରପୋର୍ଟରୁ ଆରସିବିରୁ ମାର୍କେଟିଂ ହେଡ୍‌ ନିଖିଲ ସୋସଲେଙ୍କୁ ପୁଲିସ ଗିରଫ କରିଛି । ଏହା ସହିତ ଅନ୍ୟ ୩ ଜଣଙ୍କୁ ହେପାଜତକୁ ନେଇଛି ପୁଲିସ । ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ୩ ଅଧିକାରୀ ଗିରଫ ହୋଇଛନ୍ତି । ଆରସିବି ବିରୋଧରେ ମାମଲା ଦାୟର ହେବା ପରେ ପୁଲିସ ଏହି ବଡ଼ ଆକ୍ସନ ନେଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି ।

ଅଧିକ ପଢନ୍ତୁ...ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ କାର୍ଯ୍ୟାନୁଷ୍ଠାନରେ କର୍ଣ୍ଣାଟକ ସରକାର; କମିଶନର-ଏସିପି-ଡିସିପି ସମେତ ଅନେକ ନିଲମ୍ବିତ

ଗତ ଜୁନ୍‌ ୪ ତାରିଖରେ ଆରସିବିର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଅଘଟଣ ଘଟିଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୩ ଜଣ ଆହତ ହୋଇଥିଲେ । ମାମଲାରେ ବେଙ୍ଗାଲୁରୁ ପୁଲିସ ଆରସିବି (ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର), ଡିଏନ୍‌ଏ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଏବଂ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିରୋଧରେ ମାମଲା ରୁଜୁ କରିଛି । ବେଙ୍ଗାଲୁରୁ କୁବନ ପାର୍କ ଥାନାରେ ଏମାନଙ୍କ ବିରୋଧରେ ୩ଟି ଏଫଆଇଆର ରୁଜୁ ହୋଇଛି । ଏମାନଙ୍କ ବିରୋଧରେ ଅପରାଧୀକ ଅବହେଳା ଅଭିଯୋଗ ହୋଇଛି ।

ଅନ୍ୟପଟେ ଆରସିବି ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପ୍ରଶଂସକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି । ଏଥିସହ ଆହତ ଲୋକମାନଙ୍କ ଚିକିତ୍ସା ପାଇଁ ଆରସିବି ପକ୍ଷରୁ ଏକ ସମର୍ଥନ ପାଣ୍ଠି (ସପୋର୍ଟ ଫଣ୍ଡ) ଗଠନ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି । ଆରସିବି ଚଳିତବର୍ଷର ଆଇପିଏଲ୍‌ ଚାମ୍ପିଅନ ହୋଇଥିବାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ତା ପୂର୍ବରୁ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ସ୍ଥିତି ଘଟି ନୀରିହ ଜୀବନ ଚାଲିଯାଇଥିଲା । ସମସ୍ତ ୧୧ ମୃତକଙ୍କ ବୟସ ୩୫ ବର୍ଷରୁ କମ୍‌ ଥିଲା ବେଳେ ୩ ଜଣ ନାବାଳକ ରହିଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.