ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଦୁଇ ମହିଳାଙ୍କୁ ୯ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟ; ମେଡିକାଲ୍ ଟେଷ୍ଟ କହି କରାଇଲେ ଉଲଗ୍ନ

Published By : Manash Sahoo | July 24, 2025 4:57 PM

ବେଙ୍ଗାଲୁରୁ, ୨୪/୦୭: ବେଙ୍ଗାଲୁରୁରେ ଦୁଇ ମହିଳାଙ୍କୁ ୯ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟ । ମେଡିକାଲ ପରୀକ୍ଷା ଆଳରେ ସେମାନଙ୍କୁ ଉଲଗ୍ନ ହେବାକୁ କୁହାଯାଇଛି । ସାଇବର ଠକ ମାନେ ମହିଳାଙ୍କୁ ମୁମ୍ବାଇ ପୁଲିସର ପରିଚୟ ଦେଇ ଫୋନ କରିଥିଲେ । ଏନେଇ ଥାନାରେ ଏତଲା ରୁଜୁ କରିଥିବା ଜଣେ ମହିଳା କହିଛନ୍ତି, ଥାଇଲାଣ୍ଡରେ ଜଣେ ନିର୍ଦ୍ଦେଶକ ଥିବା ତାଙ୍କର ଜଣେ ବନ୍ଧୁ ଭାରତ ଆସିଛନ୍ତି । ତାଙ୍କ ନିକଟରୁ ଜୁଲାଇ ୧୭ ତାରିଖ ସକାଳ ୧୧ଟାରେ ଫୋନ୍ କଲ୍ ଆସିଥିଲା । ଜେଟ୍ ଏୟାରଓ୍ବେଜ ସ୍କାମରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସାଇବର ଠକମାନେ କହିଥିଲେ   । ଏପରି କି ଅର୍ଥ ହେରଫେର ଏବଂ ହତ୍ୟା ଭଳି ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଅଭିଯୋଗକୁ ଦୃଢ଼ିଭୂତ କରାଇବା ପାଇଁ ସଠିକ୍ ବ୍ୟାଙ୍କ୍ ଡାଟା ଦେଇଥିଲେ । ଏଥିରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୫୮,୪୭୭ ଟଙ୍କା ଲେଣଦେଣ ହୋଇଥିବା ଦାବି କରିଥିଲେ । ମହିଳାଙ୍କ ବିରୋଧରେ ଗିରଫ ପରଓ୍ବନା ଥିବା ନେଇ ଧମକ ମଧ୍ୟ ଦେଇଥିଲେ ସ୍କାମର ।

ଏହାପରେ ସଇବର ଠକମାନେ ଦୁଇ ମହିଳାଙ୍କ ଶରୀରରେ ଟାଟୁ ଅଛି କି ନାହିଁ ଦେଖାଇବାକୁ କହିଥିଲେ । ଏହାସହିତ ଏକ ମେଡିକାଲ ଟେଷ୍ଟ କରିବାକୁ ସେମାନଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା । ମହିଳା ଦ୍ବୟ ଡିଜିଟାଲ ଆରେଷ୍ଟ ହେବା କଥା କହି ୨୪ ହ୍ବାଟ୍ସଆପ୍ ଭିଡିଓ କଲ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍କାମର । ମାତ୍ର ଏହି ସମୟରେ ମହିଳାଙ୍କର ଜଣେ ବନ୍ଧୁ ତାଙ୍କୁ କଲ୍ କରିଥିଲେ ଏବଂ ସେମାନେ ଡିଜିଟାଲ୍ ଆରେଷ୍ଟ ହୋଇଥିବା ନେଇ କହିଥିଲେ । ପରେ ବନ୍ଧୁଙ୍କ କହିବା ଅନୁଯାୟୀ, ଭିଡିଓ କଲ୍‌ଟିକୁ କାଟି ଦେଇଥିଲେ । ପରେ ଦୁଇ ମହିଳା ଜାଣିବାକୁ ପାଇଥିଲେ ଯେ ସେମାନେ ସାଇବର ଠକଙ୍କ ଦ୍ବାରା ଡିଜିଟାଲ୍ ଆରେଷ୍ଟ ହୋଇଥିଲେ ।

ମାତ୍ର ସାଇବର ଠକ ଏତିକିରେ ଛାଡ଼ି ନଥିଲେ । ଦୁଇ ମହିଳାଙ୍କୁ ସେମାନଙ୍କର ଉଲଗ୍ନ ଫଟୋ ପଠାଇ ବ୍ଲାକମେଲ୍ କରିଥିଲେ । ଠକଙ୍କ ଯୋଗୁ ମହିଳାଙ୍କର ମାନସିକ ଚାପ ଧୀରେ ଧୀରେ ବଢ଼ିଥିଲା । ଶେଷରେ ବାଧ୍ୟ ହୋଇ ପୁଲିସକୁ ଜଣାଇଥିଲେ । ଏନେଇ ବାଂଶଓ୍ବାଡ଼ା ପୁଲିସ ଷ୍ଟେସନ ଏବଂ ସାଇବର ଏବଂ ଇକୋନୋମିକ୍ ଅଫେନ୍ସ ବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା । ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.