ନୂଆଦିଲ୍ଳୀ,୧୭।୯: ଗାଜା ଉପରେ ଜାରି ରହିଛି ଇସ୍ରାଏଲର ଜୋରଦାର ଆକ୍ରମଣ। ଗତ ଦୁଇ ଦିନ ଭିତରେ ଇସ୍ରାଏଲ ଗାଜା ଉପରେ ୧୫୦ ରୁ ଅଧିକ ବୋମା ମାଡ଼ ହୋଇଛି। ସ୍ଥିତି ଏଭଳି ଯେ, ଗାଜାରୁ କିଛି ଦିନ ଭିତରେ ହିଁ ୪ ଲକ୍ଷ ଲୋକ ପଳାୟନ କରିସାରିଲେଣି, ଯାହାକି ସେଠାର ୪୦% ଜନସଂଖ୍ୟା। ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଗତ ଦୁଇ ଦିନ ଭିତରେ ହିଁ ଗାଜାରେ ୧୫୦ଟି  ଆକ୍ରମଣ କରିଛି ଇସ୍ରାଏ।

ଗତ ରାତିରେ ଇସ୍ରାଏଲ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଇସ୍ରାଏଲୀ ସେନାର କହିବା ଅନୁସାରେ ସେ ନିଜର ଆକ୍ରମଣରେ ସମସ୍ତ ସୁଡଙ୍ଗକୁ ଟାର୍ଗେଟ କରିଛି। ବହୁ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ବିଲ୍ଡିଂରେ ହମାସ ଆତଙ୍କୀ ଲୁଚି ରହିଥିଲେ। ଆମର ସୁରକ୍ଷା ବାହିନୀ  ଲଗାତାର ଆତଙ୍କୀ ଶେଷ କରୁଛନ୍ତି। ଏପର୍ଯ୍ୟନ୍ତ ଆତଙ୍କୀ ସଂଗଠନର ବହୁ ଆଡ୍ହାକୁ ଧ୍ବଂସ କରି ଦିଆଯାଇଛି। ଗାଜାକୁ ହମାସର ଶକ୍ତି କେନ୍ଦ୍ର କୁହାଯାଏ। ଏଭଳି ସ୍ଥିତିରେ ଗାଜାକୁ ଟାର୍ଗେଟ କରିବାକୁ ହେବ।

ଏହା ପୂର୍ବରୁ ଗତ ସପ୍ତାହ ଇସ୍ରାଏଲ କତରର ରାଜଧାନି ଦୋହା ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ମୁସଲମାନ ଦେଶ ଅସନ୍ତୋଷ ବ୍ୟକ୍ତି କରିଥିଲେ। ମଙ୍ଗଳବାର ୬୦୦ ମୁସଲମାନ ଦେଶଙ୍କ ବୈଠକ ହୋଇଥିଲା। ଏଥିରେ ଇସ୍ରାଏଲ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ କରାଯାଇଥିଲା।ମିଟିଂରେ ପାକିସ୍ତାନ, ସାଉଦି ଆରବ, ଇରାନ, ତୁର୍କୀ ଓ ବାହାରିନ ଭଳି ମୁସଲମାନ ଦେଶ ଥିଲା।