ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଗାଜାରେ ଆହୁରି ବର୍ଷିବ ବୋମା...'ପୁରା କବଜା କର ନଚେତ୍ ଇସ୍ତଫା ଦିଅ', ଆଇଡ଼ିଏଫ୍‌କୁ ନେତାନ୍ୟାହୁଙ୍କ ଅଲ୍‌ଟିମେଟମ୍

Published By : Ankita S | August 5, 2025 1:21 PM

Hindustanlive

ନୂଆଦିଲ୍ଲୀ,୦୫/୦୮: ଥମିବନି ବନ୍ଧୁକ । ବର୍ଷିବ ବୋମା । ଆହୁରି ବୋହିବ ରକ୍ତର ନଦୀ । ଚରମ ସ୍ଥିତିରେ ଇସ୍ରାଏଲ ଓ ହମାସ ଲଢେଇ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ରାଏଲ ସୁରକ୍ଷା ବଳରୁ ସମ୍ପୂର୍ଣ୍ଣ ଗାଜାପଟ୍ଟି ଦଖଲ କରିବାକୁ ଆଦେଶ ଦେଇଛନ୍ତି । ଇସ୍ରାଏଲ ମିଡିଆ ରିପୋର୍ଟ ଅନୁସାରେ ଏହି ଆଦେଶ ହମାସ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଦିଆଯାଇଛି । ଯାହାଦ୍ୱାରା  ହମାସ କବଜାରେ ଥିବା ଇସ୍ରାଏଲ ବନ୍ଧକଙ୍କ ମୁକ୍ତି ସୁନିଶ୍ଚିନ୍ତ ହେବ । ନେତାନ୍ୟାହୁଙ୍କ ଏହି ଆଦେଶ ପଛରେ ପ୍ରାୟ ୨ ବର୍ଷ ଧରି ଚାଲିଥିଲା ଯୁଦ୍ଧ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେବା ଅନୁମାନ କରାଯାଉଛି । କାରଣ ଏହା ପୂର୍ବରୁ ଇସ୍ରାଏଲ ସେନା ଗାଜାପଟ୍ଟିର ପ୍ରାୟ ୭୫ ପ୍ରତିଶତ ଅଂଶ କବଜା କରିଛି ।

ଏବେ ଇସ୍ରାଏଲ ସୁରକ୍ଷାବଳ ବାକି ୨୫ ପ୍ରତିଶତ ଅଞ୍ଚଳ କବଜା କରିବାକୁ ପ୍ରସ୍ତୁତ ହେଉଛି । ଗୁଇନ୍ଦା ସୂଚନା ଅନୁସାରେ ଉକ୍ତ ସ୍ଥାନରେ ହମାସ ଇସ୍ରାଏଲ ବନ୍ଧକଙ୍କୁ ଲୁଚାଇ ରଖିଛି । ଜେରୁଜେଲମ ପୋଷ୍ଟ ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫଙ୍କୁ ନିର୍ଦ୍ଦେଶ ପାଳନ ନେଇ ସିଧା ସିଧା କୁହାଯାଇଛି । କବଜା କର ନଚେତ୍ ଇସ୍ତଫା ଦିଅ ବୋଲି ଆଦେଶ ଦିଆଯାଇଛି ।  ହମାସ ଇସ୍ରାଏଲ ବନ୍ଧକଙ୍କର ଏକ ଭୟଙ୍କର ଭିଡିଓ ଜାରି କରିବା ପରେ ନେତାନ୍ୟୁାହ ଭଡକିଛନ୍ତି । ଭିଡିଓରେ ଜଣେ ବନ୍ଧକ ନିଜ ପାଇଁ କବର ଖୋଳୁଥିବା ଦେଖିବାକୁ ମିଳିଥିଲା । ସେ ଅତ୍ୟନ୍ତ ଦୁର୍ବଳ ଶରୀରର ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେବ ସେମାନଙ୍କୁ ଖାଇବାକୁ ଦିଆଯାଇନଥିଲା । ଶରୀର କେବଳ ଏକ କଙ୍ଗାଳ ପରି ଦେଖାଯାଉଥିଲା ।

ଇସ୍ରାଏଲ ସେନା ହମାସ୍‌କୁ ଚେତାବନୀ ଦେଇଥିଲେ । ତୁରନ୍ତ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ ନ କଲେ ଗାଜାରେ ଅବିରତ ଆକ୍ରମଣ ହେବ ବୋଲି ସେନା ପକ୍ଷରୁ କୁହାଯାଇଥିଲା । ଇସ୍ରାଏଲ ସେନା ଅନୁସାରେ, ହମାସ ୨୫୧ ଜଣଙ୍କୁ ଅପହରଣ କରିଛି । ବନ୍ଦୀ ଅଦଳବଦଳ ପରେ ଆଉ ୪୯ ଇସ୍ରାଏଲ ନାଗରିକ ହମାସ୍ କବଳରେ ଥିଲେ । ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.