ଆନନ୍ଦପୁର ,୧୯/୦୯: ନନ୍ଦିପଦା ପୁଲିସକୁ ବଡ଼ ସଫଳତା। ବ୍ରାଉନସୁଗାର ବିକ୍ରି କରିବାକୁ ଆଣିବା ସମୟରେ ଯୁବକକୁ ମାଡିବସିଲା ପୁଲିସ୍ । ୯୬ଗ୍ରାମ ବାଉନସୁଗାର ଜବତ। ବିଶେଷ ସୂତ୍ରରୁ ଖବରପାଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମରୈଗାଁ କେନାଲର ପୋଲ ନିକଟରେ ସଂପୃକ୍ତ ଯୁବକକୁ ମାଡିବସିଥିଲା ନନ୍ଦିପଦା ପୁଲିସ। ଅଭିଯୁକ୍ତ ନିକଟରୁ ବ୍ରାଉନସୁଗର ଜବତ ହେବାପରେ ପୁଲିସ ଯୁବକ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରାଉନସୁଗର କାରାବାରାରେ ଲିପ୍ତ ଏହି ଯୁବକ ଭଦ୍ରକ ଜିଲ୍ଲା ବନ୍ତ ଥାନା ଖାଣ୍ଟପଦା ଗାଁ ର କାଳନ୍ଦୀ ଦାସଙ୍କ ପୁଅ ରତନ ଦାସ ହୋଇଥିବା ସୂଚନା ମିଳିଛି। ତେବେ ସେ କେଉଁଠାରୁ ବ୍ରାଉନସୁଗର ଆଣିଲା ଓ ନନ୍ଦିପଦା ଥାନା ଅଞ୍ଚଳରେ କାହାକୁ ବିକିବାକୁ ଆସିଥିଲା ତାକୁ ନେଇ ପୁଲିସ୍ ଅଧିକ ଖୋଲତାଡ ଜାରି ରଖିଛି ।