ଭୁବନେଶ୍ଵର, ୧୧/୧୧ : ପୀତବାସ ପଣ୍ଡା ହତ୍ୟା ମାମଲା। ବିବାଦୀୟ ବୟାନ ପାଇଁ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍। ବ୍ୟକ୍ତିଗତ ଭାବେ ହାଜର ହୋଇ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି।
ସୂଚନାନୁଯାୟୀ, ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ଗଣମାଧ୍ୟମକୁ ଦେଇଥିବା ଏକ ବୟାନକୁ ନେଇ ହାଇକୋର୍ଟ ଆପତ୍ତି ଉଠାଇଥିଲେ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ହାଇକୋର୍ଟ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ବିବାଦୀୟ ବୟାନ ପାଇଁ ଏସପି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।