ଗୋପାଳପୁର, ୧୦/୬: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଏପ୍ରିଲ ମାସରେ ହୋଇଥିବା ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ବୃତ୍ତିଗତ ପିଜି ବିଭାଗ ଶେଷ ବର୍ଷ ପରୀକ୍ଷାର ପରୀକ୍ଷା ଫଳ ପର୍ଯ୍ୟାୟ କ୍ରମେ ପ୍ରକାଶ ହୋଇଛି l
ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଏମ. ସି. ଏ., ବୈଦ୍ୟୁତିକ ବିଜ୍ଞାନ, ଇତିହାସ, ଗୃହ ବିଜ୍ଞାନ, ଆଇ. ଆର. ପି. ଏମ., ବାଣିଜ୍ୟ, ସାମୁଦ୍ରିକ ବିଜ୍ଞାନ, ଏମ. ବି. ଏ., ଓଡ଼ିଆ , ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଆଦି ବିଭାଗର ପରୀକ୍ଷା ହାର ଶତ ପ୍ରତିଶତ ହୋଇଥିବା ବେଳେ ଵlୟୋ-ଟେକ, ଅର୍ଥଶାସ୍ତ୍ର, ପରିବେଶ ବିଜ୍ଞାନ, ଇଂରାଜୀ, ଭାଷା ବିଜ୍ଞାନ, ଆଇନ, ଗଣିତ, ସାମ୍ବାଦିକତା ଓ ଗଣ ଯୋଗାଯୋଗ, ଗ୍ରନ୍ଥଗାର ବିଜ୍ଞାନ, ରାଜନୀତି ବିଜ୍ଞାନ, ଯାତ୍ରା ଓ ପର୍ଯ୍ୟଟନ ବିଭାଗର ପରୀକ୍ଷାହାର ହାରାହାରି ୯୫ ପ୍ରତିଶତ ରହିଛି। ଏବଂ ମେ ମାସ ୧୦ ତାରିଖ ଠାରୁ ଜୁନ ୧୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଭାଗର ପରୀକ୍ଷା ଫଳ ପ୍ରକାଶ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡ. ସତ୍ୟ ନାରାୟଣ କୁଣ୍ଡୁ ସୂଚନା ଦେଇଛନ୍ତି l
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି,ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପାସ କରିଥିବା ଛାତ୍ର, ଛାତ୍ରୀଙ୍କୁ ଉତ୍ତରୋତ୍ତର କାମନା କରିଛନ୍ତି l ଏହି ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ମାସରେ ପରୀକ୍ଷା ଆରମ୍ଭ ହୋଇଥିଲା l