ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜ୍ୟସ୍ତରୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ୍ ପ୍ରତିଯୋଗିତାରେ ବାଜିମାତ୍

Published By : Gurupada Nath | April 12, 2025 8:43 PM

ଗୋପାଳପୁର, ୧୨/୪ : ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୯ ତାରିଖଠାରୁ ୧୨ପର୍ଯ୍ୟନ୍ତ ଚାଲିଥିବା ପୁରୁଷ ଓ ମହିଳା  ରାଜ୍ୟସ୍ତରୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ୨ ଟି ସ୍ବର୍ଣ୍ଣ ପଦକ, ୨ ଟି ରୌପ୍ୟ ଓ ୩ ଟି କଂସ୍ୟ ହାସଲ କରିଛି l ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜର ରତ୍ନାକର ପାଲଟା ସିଂ ଜାଭଲିଂ ଥ୍ରୋ ସ୍ବର୍ଣ୍ଣ ପଦକ, ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜର ନିର୍ମଳ ଜେନା ଡିସ୍କସ ଥ୍ରୋ ସ୍ବର୍ଣ୍ଣ ପଦକ, ସଟଫୁଟରେ ରୌପ୍ୟ, ହାମାର ଥ୍ରୋରେ ବ୍ରୋଞ୍ଚ ପଦକ, ରାଇକିଆ ଜେ.ଜେ.ମହାବିଦ୍ୟାଳୟର ଆକାଶ ସିଂ ୫ ହଜାର ମିଟର ଦୌଡ଼ରେ ରୌପ୍ୟ, ବ୍ରହ୍ମପୁର ଗାନ୍ଧୀ ଗ୍ଲୋବାଲ ବିଜନେଶ ଷ୍ଟଡିସର ପାୟଲ ସାହୁ ଡିସ୍କସ ଥ୍ରୋରେ ରୌପ୍ୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ସପ୍ନl ମାଡ଼ାଙ୍ଗୀ ଜାଭଲିଂ ଥ୍ରୋରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l 

ଆଜି ଉଦଯାପନୀ ଉତ୍ସବରେ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, କୁଳସଚିବ ଡ଼.ନୁର୍ପରାଜ ସାହୁ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ତୁଷାର କାନ୍ତି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼.ଦେବେନ୍ଦ୍ର ମାହାଲିକ, କ୍ରୀଡ଼ା ଅଧିକାରୀ ଡ଼.ଅବିନାଶ କର ପ୍ରମୁଖ ଯୋଗଦେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବିଜେତାଙ୍କୁ ମେଡେଲ, ପ୍ରମାଣପତ୍ର ସହ ୩୦ ହଜାର ଅର୍ଥରାଶି, ରୌପ୍ୟ ପଦକଙ୍କୁ ମେଡେଲ, ପ୍ରମାଣପତ୍ର ସହ ୧୫ ହଜାର ଅର୍ଥରାଶି,ବ୍ରୋଞ୍ଚ ପଦକଙ୍କୁ ମେଡେଲ,ପ୍ରମାଣପତ୍ର ସହ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିବା ଦଳରେ ଗସ୍ତ କରିଥିବା ମେନେଜର ରବି ଚରଣ ମିଶ୍ର,କ୍ରୀଡ଼ା ପରିଷଦର ରାଜେଶ ମହାନ୍ତି ସୂଚନା ଦେଇଛନ୍ତି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଦକ ହାସଲ କରିଥିବାରୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.