ବ୍ରହ୍ମପୁର ୨୫/୦୫: ଅପରାଧ ଦମନ ପାଇଁ ପୁଲିସର କଡ଼ା ଆକ୍ସନ୍। ୯ ଦିନ ଭିତରେ ବ୍ରହ୍ମପୁରରେ ୩ ଏନ୍କାଉଣ୍ଟର। ଅପରାଧି ଜଗାକୁ ଏନ୍କାଉଣ୍ଟର କଲା ପୁଲିସ। ସୁକୁଣ୍ଡାରେ ଲୁଚିଥିବା ବେଳେ ପୁଲିସ ସହ ମୁହାଁମୁହିଁ। ପୁଲିସ ଉପରକୁ ବୋମା ପିଙ୍ଗି ଖସିଯାଉଥିଲା ଜଗା। ପୁଲିସ ପାଲଟା ଜବାର ଜଗା ସାହୁ ଆହତ ହୋଇଛି। ଏବେ ଏମ୍କେସିଜି ମେଡିକାଲରେ ଆହତ ଅବସ୍ଥାରେ ଚିକିତ୍ସତ ହେଉଛି ଜଗା। ମଙ୍ଗଳାକୁ ଖଣ୍ଡାରେ ହାଣି ଫେରାର ହୋଇଥିଲା।
ସୂଚନା ଅନୁଯାୟୀ, ରବିବାର ରାତି ୯ଟାରେ ମଙ୍ଗଳା ବେହେରା ଅମ୍ବିକା ନଗର ଛକରେ ଥିବା ଫାଷ୍ଟଫୁଡ୍ ଦୋକାନକୁ ଯାଇଥିଲେ । ତିନିଜଣ ଯୁବକ ଆସି ଖଣ୍ଡାରେ ହାଣିଥିଲେ । ରକ୍ତାକ୍ତ ଅବସ୍ଥାରେ ମଙ୍ଗଳାଙ୍କୁ ଉଦ୍ଧାର କରି ଏମ୍କେ ସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି । ମଙ୍ଗଳାଙ୍କ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ୨୫ ଚୋଟ ପଡ଼ିଛି । ଏମ୍କେ ସିଜିରେ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମଙ୍ଗଳାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କ ସମ୍ପର୍କରେ ବୁଝିଥିଲେ। ପୁଲିସ ତୁରନ୍ତ ବିଭିନ୍ନ ଜାଗାରେ ଚଢ଼ଉ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ସୂଚନା ମିଳିଛି । ସପ୍ତାହକ ପୂର୍ବରୁ ମଙ୍ଗଳା ଜାମିନ୍ରେ ଜେଲ୍ରୁ ମୁକୁଳିଥିଲେ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଏସ୍ପି କହିଛନ୍ତି ।
ଅଧିକ ପଢ଼ନ୍ତୁ :- Ollywood Industry: ବାଃରେ ଓଡ଼ିଆ ଫିଲ୍ମ... ବାଃ... କି ଭାଗ୍ୟ ତୋ’ର, ତିନି ଘର କୁଣିଆ, ତଥାପି ଓପାସ
ତେବେ ମଙ୍ଗଳା ବେହେରାକୁ ଆକ୍ରମଣ ମାମଲାରେ ସଂପୃକ୍ତ ଥିବା ଅପରାଧି ଜଗାକୁ ଏନ୍କାଉଣ୍ଟ କରିଛି ପୁଲିସ। ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଥିବାରୁ ତାକୁ ଆହତ ଅବସ୍ଥାରେ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେ ମଙ୍ଗଳାଙ୍କୁ କ'ଣ ପାଇଁ ଆକ୍ରମଣ କରିଥିଲେ ସୁସ୍ଥ ହେବା ପରେ ଜଣାପଡିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯକ୍ତୁଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ପ୍ରକାଶ ଯୋଗ୍ୟ ଯେ, ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ପୁଲିସ ଏନକାଉଣ୍ଟର କରିଥିଲା। ଦିପୁନାନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ଏନକାଉଣ୍ଟର କରିଥିଲା