ନୂଆଦିଲ୍ଲୀ, ୨୦/୧୨: ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ର ଭୋଜନ କରିଛନ୍ତି । ଉଭୟେ ଏକ ଡିନର ପ୍ଲାନ କରିବା ଲାଗି ଯୋଜନା ରଖିଥିବା ଟ୍ରମ୍ପ  ପୂର୍ବରୁ କହିଥିଲେ । 

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟ୍ରମ୍ପ ଏଭଳି ଏକ ରାତ୍ରଭୋଜନ ରଖିଥିଲେ । ବୈଠକରେ ଟେସଲା ସିଇଓ ମଧ୍ୟ ଉପସ୍ଥିତ ଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏଲନ ମସ୍କ ଏ ନେଇ ଏକ ପୋଷ୍ଟ କରିବା ସହ  ଆଲୋଚନା ବେଶ ଉତ୍ସାହଜନକ ରହିଥିଲା ବୋଲି କହିଛନ୍ତି । ଜେଫ୍‌ ବେଜୋସ ମଧ୍ୟ ବ୍ଲୁ ଓରିଜିନ ନାମକ ଏକ ରକେଟ  କମ୍ପାନିର ସ୍ଥାପନା କରିଛନ୍ତି । ଯାହା ଏଲନ ମସ୍କଙ୍କର ସ୍ପେଶ  ଏକ୍ସର ପ୍ରତିଦ୍ୱନ୍ଦ୍ୱୀ । ଏବେ ବେଜୋସ ଟ୍ରମ୍ପଙ୍କ ସହ ଉତ୍ତମ  ସମ୍ପର୍କ ରଖିବାକୁ ଚେଷ୍ଠା କରୁଥିବା କୁହାଯାଉଛି । ଏହା  ପୂର୍ବରୁ ମେଟା ସିଇଓ ମାର୍କ ଜୁକରବର୍ଗ ଏବଂ ଗୁଗଲ  ସିଇଓ ସୁନ୍ଦର ପିଚାଇ ମଧ୍ୟ ଟ୍ରମ୍ପଙ୍କୁ ନିକଟକରେ ସାକ୍ଷାତ  କରିଥିଲେ । ମେଟା, ଆମାଜନ ଏବଂ ଓପନ ଏଆଇ ସିଇଓ  ସାମ୍‌ ଅଲଟମ୍ୟାନ ରାଷ୍ଟ୍ରପତିଙ୍କ ଇନାଗୁରେସନ ଫଣ୍ଡକୁ ୧  ନିୟୁତ ଡଲାର ଲେଖାଏ ପାଣ୍ଠି ଦିନ କରିଛନ୍ତି । ପୂର୍ବରୁ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ସହ ବେଜୋସଙ୍କ ସମ୍ପର୍କ  ଏତେଟା ଭଲ ନ ଥିଲା । ୱାଶିଂଟନ ପୋଷ୍ଟର ଓନର ଜେଫ  ବେଜୋସ ତାଙ୍କ ଖବର କାଗଜରେ କେତେକ ନ୍ୟୁଜ  କଭରେଜ ଦ୍ୱାରା ଟ୍ରମ୍ପଙ୍କ ପୁର୍ବ ଅବଧିରେ ସମ୍ପର୍କକୁ ଖରାପ  କରିଥିଲେ । ତେବେ ଜୁଲାଇରେ ଟ୍ରମ୍ପଙ୍କୁ ଜୀବନରୁ ମାରିବା ଲାଗି ଆତତାୟୀଙ୍କ ଚେଷ୍ଟା ବିଫଳ ହେବା ପରେ ଜେଫ୍‌  ବେଜୋସ ଟ୍ରମ୍ପଙ୍କ ସପକ୍ଷରେ ବାହାରିଥିଲେ ।