ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରକାଶ ପାଇଲା ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକ ରେଜଲ୍ଟ, ସୁଶ୍ରୀ ଦେବୀଦତ୍ତା ଟପ୍ପର

Published By : Ankita S | June 3, 2025 3:19 PM

ଭଦ୍ରକ,୦୩/୦୬: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲା ବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପାସ ହାର ୭୭.୪% ରହିଛି । କଳା ବିଭାଗରେ ୮୭.୪%, ବାଣିଜ୍ୟ ବିଭାଗରେ ୬୫.୫%, ବିଜ୍ଞାନ ବିଭାଗରେ ୭୨.୭%  ରହିଥିବାବେଳେ ସେଲ୍ଫ ଫାଇନାନ୍ସ ଷ୍ଟ୍ରିମ୍‌ରେ ୮୧.୧% ପାସ ହାର ରହିଛି ।

କଳା ବିଭାଗରେ ହୋମ୍‌ ସାଇନ୍ସ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ୮୭.୭% , ବିଜ୍ଞାନ ବିଭାଗରେ ରସାୟନ ବିଭାଗର ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ୮୯.୧୩% ,ବାଣିଜ୍ୟ ବିଭାଗରେ ଅନୁଶ୍ରୀ ଗୁପ୍ତା ୮୮.୪୪% ଏବଂ ସେଲ୍ଫ ଫାଇନାନ୍ସ ବିଭାଗରେ ବିସିଏ ବିଭାଗର ଛାତ୍ର ରୁଦ୍ରଦେବ ବେହେରା ୮୬.୧୮% ରଖି ଟପ୍ପର ହୋଇଛନ୍ତି । ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବରେ ବିଜ୍ଞାନରେ ରସାୟନ ବିଭାଗ ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ପ୍ରଥମ ସ୍ଥାନ ହାସଲ କରିଥିବା ଅଧ୍ୟକ୍ଷ ଡ଼ ଦୁର୍ଗା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡ଼ ଅଜିତ୍ କୁମାର ଦାସ, ଡ଼ ପ୍ରତାପ ଚନ୍ଦ୍ର ସାହୁ, ଡ଼ ପଦ୍ମନାଭ ମହାନ୍ତି, ରସାୟନ ବିଭାଗ ର ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ, ଡ଼ ଲକ୍ଷ୍ମୀକାନ୍ତ ନାୟକ, ଡ଼ ସନ୍ତୋଷ କୁମାର ସେଠୀ, ଡ଼ କମଳା କାନ୍ତ ଜେନା, ସୁରେଶ ଚନ୍ଦ୍ର ରାଉତ ,ମଦନ ମୋହନ ବିନ୍ଧାଣୀ, ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟରେ ଉପସ୍ଥିତ ଥିଲେ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.