ଭଦ୍ରକ, ୦୩/୦୫: ଫିଲ୍ମ ଷ୍ଟାଇଲରେ କିଡନାପ୍ । ହେଲେ ପୁଲିସ ପଞ୍ଝାରୁ ବର୍ତ୍ତି ପରିଲେନି ଅପହରଣକାରୀ । ଗୋଡାଇ ଗୋଡାଇ ଧରିଲା ପୁଲିସ ଟିମ୍ । ଗଞ୍ଜାମର ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ, ହତ୍ୟା ଘଟଣା ମନରୁ ନଲିଭୁଣୁ ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ । ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଇଗଲେ ଅପହରଣକାରୀ । ହେଲେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଧରିବା ସଫଳ ହୋଇଛି ଭଦ୍ରକ ପୁଲିସ ।
ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ପୋଷ୍ଟ ଅଫିସ ଛକ ପେଟ୍ରୋଲ ଟାଙ୍କି ନିକଟରୁ ଯୁବକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ଟେକି ନେଇ ବୋଲେରରେ ଫେରାର୍ ହୋଇଯାଇଥିଲେ । କୀଡନାପ ହୋଇଥିବା ସ୍ଥାନରେ ବ୍ୟବସାୟୀଙ୍କୁ ଜୋତା ଓ ପନିପାରିବା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ସେପଟେ ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ପ୍ରଥମେ ସହରରେ ନାକାବନ୍ଦୀ ଲଗାଇ ଦେଇଥିଲା । ଏହା ସହିତ ଗୋଟିଏ ଟିମ୍ ଅପହରଣକାରୀଙ୍କୁ ଗାଡ଼ିକୁ ପିଛା କରିଥିଲେ ଏବଂ ସେମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲା । ପୁଲିସ ଗାଡ଼ିକୁ ଅଟକ ଯୁବକଙ୍କୁ ଉଦ୍ଧାର କରିଛି । ଏଥିସହିତ ୩ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଟଙ୍କା କାରବାରକୁ ନେଇ ଗଞ୍ଜାମରୁ ଆସି ଭଦ୍ରକରୁ କିଡନାପ କରିଥିବା ଜଣାପଡିଛି । କାଜୁ ବେପାରରେ ୭୦ ଲକ୍ଷ ଟଙ୍କା ଠକେଇ ପାଇଁ ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଅଧିକ ପଢନ୍ତୁ- ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀର ଦର, ଏଣିକି ଲିଟର ପ୍ରତି ଅଧିକ ୪ଟଙ୍କା ଗଣିବେ ଗ୍ରାହକ