ଭଦ୍ରକ ୧୪/୦୭: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ହାଲ ବେହାଲ ଭଦ୍ରକ। ଭାସିଲା ତଳିଆ ଅଞ୍ଚଳ। ବର୍ଷା ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ବନ୍ଦ ରହିବ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ :-  Textbook error : ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ତନାଘନା, ଫୌଜଦାରୀ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଭଳି ୪ଟି ଦଫାରେ ମାମଲା

ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର। ବୁଡ଼ିଲା ମନ୍ଦିର, ବୁଡ଼ିଲେ ଠାକୁର । ପ୍ରବଳ ବର୍ଷା ଯୋଗୁଁ ସହରର ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ବେଢ଼ାରେ ପାଣି ପଶିଛି। ମନ୍ଦିରରେ ପରିସରରେ ଥିବା ଶିବ ଲିଙ୍ଗର କିଛି ଅଂଶ ମଧ୍ୟ ପାଣିରେ ବୁଡ଼ିଯାଇଛି। ସକାଳୁ ସକାଳୁ ବର୍ଷା ଲାଗି ରହିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି।

 

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ  ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି,  ରାୟଗଡ଼ା ଓ ନୟାଗଡ଼ରେ ଅଧିକ ବର୍ଷା ହୋଇପାରେ । ୧୫  ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ  ଭାରି ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ଉପକୂଳ  ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ।