ଭୁବନେଶ୍ୱର ୦୫/୧୦: ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାରେ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ୨୧ ଦିନ ମଧ୍ୟରେ ଯେଉଁମାନେ ଏହି ଘଟଣା ସମ୍ପର୍କରେ ଜାଣିଥିବେ ସେମାନେ ସତ୍ୟପାଠ ଜରିଆରେ ସେମାନଙ୍କ ମତ ରଖିପାରିବେ। ସର୍କିଟ ହାଉସରେ ଏକ ବାକ୍ସ ରଖାଯାଇଛି। ଯିଏ ବି ଚାହିଁବେ ଏହି ବାକ୍ସ ରେ ସେମାନଙ୍କର ମତ ରଖିପାରିବେ । ଇ -ମେଲ କିମ୍ବା ଡାକ ମାଧ୍ୟମରେ ସେମାନଙ୍କ ତଥ୍ୟ ରଖିପାରିବେ। ତଥ୍ୟରେ ନିଜର ସମୂର୍ଣ୍ଣ  ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ ଦେବାକୁ ବିଜ୍ଞପ୍ତି କୁହାଯାଇଛି। 

ଶନିବାର ପ୍ରକାଶ ପାଇଲା ସତ୍ୟପାଠ ଦାଖଲ ନେଇ  ବିଜ୍ଞପ୍ତି । ବିଜ୍ଞପ୍ତି ପ୍ରକାଶ ପରଠୁ ୨୧ ଦିନ ଯାଏଁ  ସତ୍ୟପାଠ ଆହ୍ୱାନ କରାଯାଇଛି । ଏହାବାଦ୍‌ ଯିଏ  ଘଟଣା ସମ୍ପର୍କରେ ଜାଣିଛନ୍ତି, ସେମାନେ ଲିଖିତ  ଭାବେ ସତ୍ୟପାଠ ପାଇଁ ଆବେଦନ କରିପାରିବେ ।  ସେନାଧିକାରୀ, ତାଙ୍କ ବାନ୍ଧବୀଙ୍କ ସହ ୫ ନିଲମ୍ବିତ  ପୁଲିସ ଅଧିକାରୀ ଓ ୭ଜଣ ଅଭିଯୁକ୍ତଙ୍କ ବାଦ୍‌  ଅନ୍ୟମାନେ ବି ଆବେଦନ କରିପାରିବେ ।  

ଆବେଦନକାରୀଜଣକ କେମିତି ଘଟଣା ସହ  ଜଡିତ? ସେନେଇ ଉଲ୍ଲେଖ କରିବେ । ଶ୍ରୀ ଦାଶଙ୍କ  ଅଧ୍ୟକ୍ଷତାରେ ଏସବୁ ଆବେଦନପତ୍ରକୁ ତର୍ଜମା  କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ । ଯେଉଁ  ଆବେଦନକାରୀମାନେ ତଦନ୍ତ ପ୍ରକ୍ରିୟାରେ ସାମିଲ୍‌  ନାହାନ୍ତି, ସେମାନଙ୍କୁ ବାଦ୍‌ ଦିଆଯିବ । ପକ୍ଷଭୁକ୍ତ ଆବେଦନକାରୀଙ୍କୁ କମିସନଙ୍କ ପକ୍ଷରୁ ସେମାନଙ୍କ  ନିକଟକୁ ସମନ ପଠାଯିବ । ସେମାନଙ୍କୁ ୧୪ ଦିନ  ଭିତରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯିବ ।  ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ୨ ମାସ  ଭିତରେ କମିସନଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତଗତ କରାଯିବ ।