ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କମେଡିଆନ ଭାରତୀ ସିଂହ ସେୟାର କଲେ ନିଜ ଅବସର ପ୍ଲାନ୍‌ , କହିଲେ - ମୁଁ ହର୍ଷଙ୍କୁ କହି ଦେଇଛି ...

Published By : Prameya | April 10, 2025 6:56 PM

ମୁମ୍ୱାଇ : କମେଡିଆନ୍‌ ଭାରତୀ ସିଂହ ଏହି ଇଣ୍ଡଷ୍ଟ୍ରୀରେ ୧୫ ବର୍ଷରୁ ଅଧିକ ସଂପୂର୍ଣ୍ଣ କରି ସାରିଛନ୍ତି। ଭାରତୀ ନିଜ କ୍ୟାରିୟରର ଆରମ୍ଭ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରୁ କରିଛନ୍ତି, ଏହାପରେ ଆକ୍ଟିଂ ଓ ହୋଷ୍ଟିଂର ଦୁନିଆରେ ପାଦ ରଖିଥିଲେ ଏବଂ ଏବେ ପଡକାଷ୍ଟ ଓ ବ୍ଲଗ୍‌ରେ ଛାଇ ଯାଇଛନ୍ତି। ଭାରତୀ ନିଜର ସଦ୍ୟ ବ୍ଲଗ୍‌ରେ ନିଜର ରିଟାୟରମେଣ୍ଟ ପ୍ଲାନ ସେୟାର କରିଛନ୍ତି। ଭାରତୀ କହିଛନ୍ତି ଯେ ସେ ଏବେ କେବଳ ୮ରୁ ୧୦ ବର୍ଷ କାମ କରିବେ। 

ଭାରତୀ କହିଛନ୍ତି, ମୋତେ ଏମିତି କେବେ ଅନୁଭବ ହୋଇ ନାହିଁ ଯେ, ମୁଁ ଜଣେ ଝିଅ। ମୁଁ ସର୍ବଦା କାମ କରି ଚାଲିଛି, ଏଥିପାଇଁ ମୋତେ ସବୁବେଳେ ଅନୁଭବ ହେଉଛି ଯେ, ମୁଁ ଜଣେ ମହିଳା। ଏବେ ଝିଅ ଭଳି ଅନୁଭବ ବା ଫିଲିଂ କେଉଁଠୁ ଆଣିବି । ମୋତେ ଲାଗୁଛି ଯେ, ଯେତେବେଳେ ମୋର ପୁଅ ବଡ଼ ହେବ , ସେତେବେଳେ ସେ ମୋତେ ଫିଲ୍‌ କରାଇବ ଯେ, ମୁଁ ଜଣେ ଝିଅ ହିଁ ଅଟେ। ସେ ମୋତେ ଏବେ ବି ବହୁତ ସ୍ୱତନ୍ତ୍ର ଅନୁଭବ କରାଇ ଥାଏ। ମୁଁ ହର୍ଷଙ୍କୁ କହି ଦେଇଛି ଯେ ମୁଁ ଏବେ କାମ କରିବାକୁ ଚାହୁଁ ନାହିଁ।

ଭାରତୀ ଆହୁରି କହିଛନ୍ତି ,ମୁଁ ହର୍ଷଙ୍କୁ କହିଛି ଯେ, ମୁଁ ନିଜ ପୁଅ ସହ ବାହାରକୁ ଯିବାକୁ ଚାହୁଁଛି। ବୁଲିବାକୁ ଚାହୁଁଛି। ୮-୧୦ ବର୍ଷ ପରେ ମୁଁ କାମ ବନ୍ଦ କରିଦେବି। ମୁଁ ଓ ମୋ ପିଲା ଭିନ୍ନ ଭିନ୍ନ ଦେଶ ବୁଲିବୁ। ଏବେ ଗୋଲା ୩ବର୍ଷ ବୟସର, ଯେତେବେଳେ ୧୩ ବର୍ଷର ହୋଇଯିବ ସେତେବେଳେ। ହର୍ଷ ଏଠାରେ ପଡକାଷ୍ଟ କରିବେ ଏବଂ ଆମେ ସ୍ୱିଜରଲ୍ୟାଣ୍ଡରେ ବୁଲିବୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.