ରାଜନଗର,୨୬/୦୭: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ପର୍ଯ୍ୟଟକମାନେ ଭିତରକନିକାରେ  ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍‌ଗ୍ରୁଭ୍‌ ନର୍ସରୀରେ ଦେଖିବାର  ସୁଯୋଗ ପାଇବେ । ଏଥିସହ ବୋଟ୍‌  ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ,  ପରିବେଶ ସହ ଅନ୍ୟ ବହି  ପଢ଼ିବାର ସୁଯୋଗ ପାଇପାରିବେ ।  ଏହାଛଡ଼ା ମ୍ୟୁଜିୟମ୍‌ର ମଜା ନେବା  ସହ ଧଳା କୁମ୍ଭୀର ଗୋରୀ ଓ  ମଲ୍ଲୀ, ଶ୍ୱେତାକୁ ଦେଖିପାରିବେ ।  ଭିତରକନିକାର ଡାଙ୍ଗମାଳଠାରେ  ୬ଟି ଫାଇବର ବୋଟ୍‌ ଥିବା ବେଳେ  ଗୁପ୍ତିଠାରେ ୪ଟି ଫାଇବର ବୋଟ୍‌  ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି  ପଲିଥିନ୍‌କୁ ବାରଣ କରାଯିବା ସହ  ଏହା ନଆଣିବା ପାଇଁ ବନଖଣ୍ଡ  ପକ୍ଷରୁ ନିଷେଧ କରାଯାଇଛି ।  ଭିତରକନିକା ଫରେଷ୍ଟ ବ୍ଲକ୍‌ରେ  ପର୍ଯ୍ୟଟକଙ୍କ ପାଇଁ ୱାଚ୍‌ ଟାୱାର  ନିର୍ମାଣ କରାଯାଇଛି । ମେଟା ନର୍ସରୀ ନିକଟରୁ ୬ଶହ  ମିଟର ପର୍ଯ୍ୟନ୍ତ କାଠରେ  ସ୍କାଏ ୱାକ୍‌ ନିର୍ମାଣ ହୋଇଛି । 

ଉଲ୍ଲେଖଯୋଗ୍ୟ, କୁମ୍ଭୀର  ପ୍ରଜନନ ଋତୁ ପାଇଁ ମେ’ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ  ଭିତରକନିକା ବନ୍ଦ ଘୋଷଣା  କରାଯାଇଥିଲା ।