ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମେ’ ୧ ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

Published By : Anindita Ratha | April 29, 2025 2:16 PM

ଭୁବନେଶ୍ବର,୨୯/୦୪: ପର୍ଯ୍ୟଟକଙ୍କ ପାଇଁ  ୩ ମାସ ବନ୍ଦ ରହିବ ଭିତରକନିକା। ମେ  ୧ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳାକୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନ ବିଭାଗ ଏହି ପଦକ୍ଷେପ ନେଇଛି ।  

ଏହା ମଧ୍ୟଚ ପଢନ୍ତୁ-  ଇତିହାସ ପାଲଟିବେ ‘ଚିଲିକା ମଇଁଷି’, ୫ ବର୍ଷରେ ୫୦ ପ୍ରତିଶତ କମିଗଲାଣି ସଂଖ୍ୟା

ତେବେ ଏହି ସମୟରେ ବଉଳା କୁମ୍ଭୀରମାନେ ଅଣ୍ଡା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ଡା ଦେଇଥାନ୍ତି । ଜୁଆର ମାଡୁନଥିବା ସ୍ଥାନରେ ଅର୍ଥାତ ସ୍ତଳଭାଗରେ କୁମ୍ଭୀର ବସା କରି ଅଣ୍ଡା ଦେଇଥାଏ । ଏହି ସମୟରେ ମାଆ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି। ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନବିଭାଗ ନିୟମ ଜାରି କରିଛି।  ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟର ଚାଳିତ ବୋଟଗୁଡିକୁ ଜାତୀୟ ଉଦ୍ୟାନରେ  ନିଷିଦ୍ଧ କରାଯାଇଛି । ତେବେ ଅଗଷ୍ଟ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.